ମୁମ୍ବାଇ: ଚଳଚ୍ଚିତ୍ର ଜଗତରେ ୪୯ ବର୍ଷ ବିତାଇ ସାରିଛନ୍ତି ମହାନାୟକ ଅମିତାଭ ବଚ୍ଚନ। ତାଙ୍କର ନିକଟତମ ଚଳଚ୍ଚିତ୍ର ହେଉଛି ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’। ବଲିଉଡ୍ର ସେହେନ୍ସା ଓ ବିଗ୍ ବି ନାମରେ ପରିଚିତ ଏହି ବ୍ୟକ୍ତି ଅଧାରୁ ଅଧିକ ଭାରତୀୟଙ୍କ ପ୍ରିୟ ଅଭିନେତା। ତେବେ ଚାଲନ୍ତୁ ଜାଣିବା ତାଙ୍କ ସଂପର୍କିତ କିଛି କଥା।
Sambad is now on WhatsApp
Join and get latest news updates delivered to you via WhatsApp
ସୁପର୍ଷ୍ଟାର୍ ଅମିତାଭ ଉତ୍ତରପ୍ରଦେଶର ଆହ୍ଲାବାଦ୍ଠାରେ ଜନ୍ମଗ୍ରହଣ କରିିଥିଲେ। ପ୍ରଥମେ ତାଙ୍କ ବାପା ତାଙ୍କ ନାମ ଇଙ୍କ୍ଲବ ଦେଇଥିଲେ। ସେ ପ୍ରଥମେ ୧୯୬୭ ମସିହାରେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅବତ୍ତୀର୍ଣ୍ଣ ହୋଇଥିଲେ। ଅମିତାଭ ବଚ୍ଚନଙ୍କ ଭାରତ ସରକାର ୧୯୮୪ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ସେହିପରି ୨୦୦୧ ମସିହାରେ ପଦ୍ମଭୂଷଣ ଓ ୨୦୧୫ ମସିହାରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।
ସେ ‘ଅଗ୍ନିପଥ’, ‘ବ୍ଲାକ୍’, ‘ପା’, ‘ପିକୁ’ ପାଇଁ ସେ ୪ଟି ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭିନ୍ନ ଉତ୍ସବରେ ଦିଆଯାଇଥିବା କଲମଗୁଡ଼ିକୁ ଗଣିଲେ ବିଗ୍ ବିଙ୍କ ନିକଟରେ ଶତାଧିକ କଲମ ହେବ।
ଗୋଟିଏ ସମୟରେ ବିଗ୍ ବି ୫୦୦ ଟଙ୍କା ଦରମା ବିଶିଷ୍ଟ ଏକ ଚାକିରି କରିଥିଲେ। ୧୯୬୭ ମହିହାରେ କରିଥିବା ପ୍ରଥମ ଚଳଚ୍ଚିତ୍ର ପାଇଁ ତାଙ୍କୁ ମିଳିଥିଲା ୧ ହଜାର ଟଙ୍କା।