ମିଡିଆ ଉପରେ ରାଗି ସାକ୍ଷାତକାର ଛାଡ଼ି ଚାଲିଗଲେ ସଞ୍ଜୟ ଦତ୍ତ,ପଚରାଯାଇଥିଲା ‘ସଞ୍ଜୁ’ ସହ ଜଡ଼ିତ ଏହି ପ୍ରଶ୍ନ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଏବେ ନିଜ ବାୟୋପିକକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ମାଧ୍ୟମରେ ତାଙ୍କ ଜୀବନର ଅନେକ ସତ୍ୟ ଘଟଣା ବାହାରକୁ ଆସିଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଭଲ ସଫଳତା ମଧ୍ୟ ପାଇ ପାରିଛି । ଏ ପର୍ଯ୍ୟନ୍ତ ଫିଲ୍ମଟି ୩୨୫କୋଟି ଟଙ୍କା ଆୟ କରି ସାରିଥିବା ବେଳେ ଏବେ ମଧ୍ୟ ବକ୍ସ ଅଫିସରେ ଚାଲୁ ରହିଛି ଫିଲ୍ମର ଯାଦୁ । ଏହି ଫିଲ୍ମ ଦେଖିବା ପରେ ଲୋକମାନଙ୍କର ସଞ୍ଜୟ ଦତ୍ତଙ୍କ ପ୍ରତି ଥିବା ଖରାପ ମନୋଭାବକୁ ଦୂର କରି ପାରିଛି । ଅନ୍ୟ ପକ୍ଷରେ ଫିଲ୍ମ ସମାଲୋଚକମାନେ ଏହି ଫିଲ୍ମ ସଞ୍ଜୟ ଦତ୍ତଙ୍କ ଭାବମୂର୍ତ୍ତିକୁ ଚମକାଇବା ପାଇଁ କରାଯାଇଥିଲା ବୋଲି କହିବା ଆରମ୍ଭ କରିଛନ୍ତି ।

DNA India

ଏହି ଫିଲ୍ମରେ ମିଡ଼ିଆକୁ ଖଳନାୟକ ଦର୍ଶାଯାଇଥିବା ନେଇ ସଞ୍ଜୟ ଦତ୍ତଙ୍କୁ ଏକ ସାକ୍ଷାତକାରରେ ପ୍ରଶ୍ନ କରାଯାଇଥିଲା । ପ୍ରଶ୍ନ ଶୁଣିବା ପରେ ସଞ୍ଜୟ ଦତ୍ତ ସେଠାରୁ ରାଗରେ ଉଠି ଚାଲି ଯାଇଥିଲେ । ସୂଚନା ମୁତାବକ, ସଞ୍ଜୟ ଆଗାମୀ ଫିଲ୍ମ ‘ସାହେବ୍‌ ବିବି ଔର ଗ୍ୟାଙ୍ଗଷ୍ଟର -ପ୍ରମୋସନ କରିବା ପାଇଁ ଯାଇଥିଲେ । ଏହି ସମୟରେ ତାଙ୍କୁ ଫିଲ୍ମ ସଞ୍ଜୁକୁ ନେଇ ପ୍ରଶ୍ନ କରାଯାଇଥିଲା । ଫିଲ୍ମରେ କ’ଣ ପାଇଁ ମିଡ଼ିଆକୁ ଭିଲେନ୍‌ ବୋଲି ଦର୍ଶାଯାଇଛି ବୋଲି ପ୍ରଶ୍ନ କରାଯିବା ପରେ ସେ ପ୍ରଥମେ ପ୍ରଶ୍ନକୁ ନ ଶୁଣି ଅଣଦେଖା କରିବାକୁ ଲାଗିଥିଲେ । କିନ୍ତୁ ପରେ ସେ ଏହି ପ୍ରଶ୍ନର ଉତ୍ତର ରଖି ଏହି ପ୍ରଶ୍ନ ମୋତେ ନୁହେଁ ବରଂ ଫିଲ୍ମର ଲେଖକଙ୍କୁ ପଚରାଯିବା ଦରକାର ବୋଲି କହି ସେଠାରୁ ଚାଲି ଯାଇଥିଲେ । ଏହି ଘଟଣା ପରେ ସଞ୍ଜୟ ଦତ୍ତ କିଛି ଦିନ ପର୍ଯ୍ୟନ୍ତ ମିଡ଼ିଆରୁ ଦୂରରେ ରହିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର