ଏହି ଚେତାବନୀ ଦେଇ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବାକୁ ଅନୁମତି ଦେଇଥିଲେ ଆୟୁଷ୍ମାନଙ୍କ ସ୍ତ୍ରୀ, ଏଥି ପାଇଁ ବୈବାହିକ ଜୀବନରେ ସୃଷ୍ଟି ହୋଇଥିଲା ଝଡ଼

ମୁମ୍ବାଇ: କିଛି ଦିନ ହେବ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା । ଫିଲ୍ମ ‘ଅନ୍ଧାଧୁନ୍‌’ରେ ଥିବା ତାଙ୍କ ଚରିତ୍ର ପାଇଁ ସେ ଚର୍ଚ୍ଚାକୁ ଆସିଥିବା ବେଳେ ଅନ୍ୟ ଏକ ଫିଲ୍ମ ‘ବଧାଇ ହୋ’ର ଟ୍ରେଲର ରିଳିଜ୍‌ ପରେ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରିୟଲିଟି ସୋ’ ‘ରୋଡ଼ିଜ୍‌-୨’ଜିତିବା ପରେ ସେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ । ଯାହା ପରେ ତାଙ୍କୁ ଅନେକ ଧାରାବାହିକ ଏବଂ ପରେ ଫିଲ୍ମ ‘ଭିକି ଡ଼ୋନର’ରେ ଦେଖିବାକୁ ମିଳିଥିଲା ।

Bollyy

କିନ୍ତୁ ଏଥିରେ ଥିବା ତାଙ୍କ ଚରିତ୍ର ବିଷୟରେ ଜାଣି ତାଙ୍କ ସ୍ତ୍ରୀ ତାହିରା ଫିଲ୍ମ ପାଇଁ ମନା କରି ଦେଇଥିଲେ । ଏହା ସହ ଆୟୁଷ୍ମାନଙ୍କୁ ସେ ଅନ୍ୟ କୌଣସି ମହିଳାଙ୍କ ସହ ଦେଖି ପାରୁ ନ ଥିବାରୁ କୌଣସି ଅଭିନେତ୍ରୀଙ୍କୁ ଚୁମ୍ବନ ଦେବା ପାଇଁ ମନା କରି ଦେଇଥିଲେ ତାହିରା । ପରେ ଆୟୁଷ୍ମାନ ଏବଂ ତାହିରାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । କିନ୍ତୁ ‘ଭିକି ଡ଼ୋନର’ ପରେ ତାହିରା ନିଜ ଚିନ୍ତାଧାରା ବଦଳାଇଥିଲେ । ଧିରେ ଧିରେ ସେ ଅଭିନୟ ଜଗତକୁ ବୁଝିବା ସହ ଆୟୁଷ୍ମାନଙ୍କୁ ଚୁମ୍ବନ ଦେବା ପାଇଁ ରୋକି ନ ଥିଲେ ବୋଲି ଆୟୁଷ୍ମାନ ଏକ ସାକ୍ଷାତକାରରେ ଯୋଗ ଦେଇ ଖୁଲାସା କରିଛନ୍ତି ।

ସମ୍ବନ୍ଧିତ ଖବର