ଚଳଚଚ୍ଚିତ୍ରର ଚୁମ୍ବନ ଦୃଶ୍ୟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏହି ପ୍ରସିଦ୍ଧ ବଲିଉଡ଼ କଳାକାର

ଚଳଚ୍ଚିତ୍ରରେ ଅଭିନେତ୍ରୀ ଏବଂ ଅଭିନେତାଙ୍କ ମଧ୍ୟର କିଛି ସଂପର୍କ ନଥାଇ ମଧ୍ୟ ସେମାନଙ୍କୁ ଅନେକ ଅନ୍ତରଙ୍ଗ ମୂହୂର୍ତ୍ତ କରିବା ପାଇଁ ପଡ଼ିଥାଏ। ଦର୍ଶକଙ୍କୁ ଦେଖିବାରେ ଏହା ସହଜ ଲାଗିଥିଲେ ମଧ୍ୟ ପ୍ରକୃତରେ ଏହା ପଛରେ ଅଭିନେତ୍ରୀ ଏବଂ ଅଭିନେତାଙ୍କର ବହୁତ ପରିଶ୍ରମ ନିହିତ ରହିଥାଏ । ୫ ସେକେଣ୍ଡର ଚୁମ୍ବନ ସିନ ପାଇଁ ମାନିବା ପାଇଁ ପଡ଼ିଥାଏ ଅନେକ ଲୋକଙ୍କ ଉପଦେଶ । ତେବେ ଚାଳନ୍ତୁ ଜାଣିବା କିଛି ବଲିଉଡ଼ କଳାକାରଙ୍କର ଚୁମ୍ବନ ସିନ ପଛର ପ୍ରକୃତ କଥା…

zeenews.india.com

ବଲିଉଡ଼ର ଚୁଲବୁଲା ଅଭିନେତା ରଣବୀର ସିଂ ଏବଂ ବାଣୀ କପୁରଙ୍କୁ ଏକା ସାଙ୍ଗରେ ବେଫିକରେ ଚଳଚ୍ଚିତ୍ର ଦେଖାଯାଇଥିଲା । ଏଥିରେ ଦୁହିଁଙ୍କର ପ୍ରାୟ ୨୩ଟି ଚୁମ୍ବନ ସିନ ରହିଥିଲା । ଚଳଚ୍ଚିତ୍ରର ପ୍ରୋମସନ ସମୟରେ ମଧ୍ୟ ଦୁହିଁଙ୍କୁ ଅନେକ ଥର ଚୁମ୍ବନ କରୁଥିବାର ଦେଖାଯାଇଥିଲା। ତେବେ ଏକ ପ୍ରୋମସନ ସମୟରେ ରଣବୀର କହିଥିଲେ ଯେ ବାଣୀଙ୍କୁ ଚୁମ୍ବନ କରିକରି ସେ ବିରକ୍ତ ହୋଇଯାଇଛନ୍ତି ।

The Indian Express

କିସିଙ୍ଗ ଷ୍ଟାର ଇମ୍ରାନ ହାସମିଙ୍କ ସହ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା କଙ୍ଗନାଙ୍କୁ ଅନେକ ଚୁମ୍ବନ ସିନ କରୁଥିବାର ଦେଖାଯାଇଛି । ତେବେ କିଛି ଦିନ ପୂର୍ବେ ରଙ୍ଗୁନ ଚଳଚ୍ଚିତ୍ରରେ ଏକାସାଙ୍ଗରେ ଦେଖିବାକୁ ମିଳିଥିଲା ସାହିଦ କପୁର ଏବଂ କଙ୍ଗନା ରଣାଓ୍ଵତଙ୍କୁ । ଏଥିରେ ଦୁହିଁଙ୍କର ଅନେକ ଚୁମ୍ବନ ସିନ ରହିଥିଲା । ତେବେ କଙ୍ଗନା ଏକ ଇଣ୍ଟରଭ୍ୟୁ ସମୟରେ କହିଥିଲେ ଏହି ଚଳଚ୍ଚିତ୍ର ପାଇଁ ସାହିଦଙ୍କୁ ନିଶ ରଖିବାକୁ ପଡ଼ିଥିଲା । ଏକ ଚୁମ୍ବନ ସିନ ସମୟରେ ତାଙ୍କୁ ଥଣ୍ଡା ହୋଇଯାଇଥିଲା ଏବଂ ନାକରୁ ପାଣି ବାହୁରୁଥିଲା । ସିନ ପରେ ମୁଁ ଯେତେବେଳେ ସାହିଦଙ୍କୁ ପଚାରିଥିଲି ତାଙ୍କର ନିଶରେ କଣ ଲାଗିଥିଲା ସେ ଓ୍ଵାକ୍ସ ବୋଲି ଉତ୍ତର ଦେଇଥିଲେ । ଏହାପରେ ସାହିଦ ମତେ ସଂପୁର୍ଣ୍ଣ ଚଳଚ୍ଚିତ୍ର ସୁଂଟି ସମୟରେ ଏହା ପାଇଁ ଚିଡ଼ାଇଥିଲେ ବୋଲି କହିଥିଲେ କଙ୍ଗନା।

 

ସମ୍ବନ୍ଧିତ ଖବର