ବଲିଉଡର ଅଧିକାଂଶ ଟପ୍‌ ଷ୍ଟାର୍‌ଙ୍କ ପିଲାମାନେ ଏଠି ପଢ଼ନ୍ତି , ଜାଣନ୍ତି ଫିସ୍‌ କେତେ?

ମୁମ୍ବାଇ: ବଲିଉଡର ଅଧିକାଂଶ ଟପ୍‌ ଷ୍ଟାର୍‌ ଓ କେତେକ ନାମୀଦାମୀ ଖେଳାଳିଙ୍କ ପିଲାମାନେ ମୁମ୍ବାଇର ଏକ ନିର୍ଦ୍ଧିଷ୍ଟ ସ୍କୁଲରେ ପଢିଥାନ୍ତି। ଏହାର ନାମ ହେଲା ଧୀରୁଭାଇ ଅମ୍ବାନୀ ସ୍କୁଲ। ଏହାକୁ ସ୍ୱର୍ଗୀୟ ଅମ୍ବାନୀଙ୍କ ପରିବାର ପକ୍ଷରୁ ପ୍ରତିଷ୍ଠା କରାଯାଇଛି। ଏହି ସ୍କୁଲର ଅଧ୍ୟକ୍ଷା ଓ ପ୍ରତିଷ୍ଠାତା ହେଉଛନ୍ତି ନୀତା ଅମ୍ବାନୀ।

ଏହି ସ୍କୁଲରେ ବଲିଉଡର ବାଦଶାହା ଶାହାରୁଖ୍‌ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ଓ ଝିଅ ସୁହାନ୍‌ ଖାନ୍‌ ,ଶ୍ରୀଦେବୀ-ବୋନି କପୁରଙ୍କ ଝିଅ ଜାହ୍ନବୀ କପୁର,ରିତିକ ରୋଶନ୍‌ଙ୍କ ପୁଅ ରେହାନ୍‌ ଓ ରିହନ୍‌,ଅମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ,ଫରହାନ୍‌ ଅଖତରଙ୍କ ଝିଅ ଶକ୍ୟା ଓ ଅକୀରା,ଫରାହ ଖାନ୍‌ଙ୍କ ତିନି ସନ୍ତାନ। ଐଶ୍ୱର୍ଯ୍ୟା-ଅଭିଷେକଙ୍କ କନ୍ୟା ଆରାଧ୍ୟା ପ୍ରମୁଖ। ଖାଲି ସେତିକି ନୁହେଁ ପ୍ରଖ୍ୟାତ କ୍ରିକେଟର ସଚ୍ଚିନ ତେନ୍ଦୁଲକର୍‌ଙ୍କ ପୁଅ ଅର୍ଜୁନ ଓ ଝିଅ ସାରା ତେନ୍ଦୁଲକର ମଧ୍ୟ ଏହାର ଛାତ୍ର।

ଏବେ ଆସନ୍ତୁ ଜାଣିବା ଏହି ସ୍କୁଲର ମାସିକ ଫିସ୍‌ କେତେ? ହଁ ଲୋୟର କେଜିରୁ ସପ୍ତମ ଯାଏଁ ମାସିକ ୧ ଲକ୍ଷ ୭୦ ହଜାର,ଅଷ୍ଟମରୁ ଦଶମ ଯାଏଁ ଏଠାକାର ଫିସ୍‌ ହେଲା ୧ ଲକ୍ଷ ୮୫ ହଜାର।

ସମ୍ବନ୍ଧିତ ଖବର