କାହିଁକି ଦୀପିକା ପାଦୁକୋନ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡର ଟପ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରିୟଙ୍କା ଚୋପ୍ରା। କାରଣ ଦୀପିକା ପାଦୁକୋନ୍‌ଙ୍କୁ ମିଳିଛି ଏବେ ଆଉ ଏକ ବଡ଼ ସଫଳତା। ନିକଟରେ ଟାଇମ୍‌ ପକ୍ଷରୁ ଏବେ ୨୦୧୮ର ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ସେଥିରେ ରେ ସ୍ଥାନ ପାଇଛନ୍ତି ବଲିଉଡର ହଟ୍‌ ନାୟିକା ଦୀପିକା।
୨୦୧୮ରେ ଦୀପିକା ପାଦୁକୋନଙ୍କ ‘ପଦ୍ମାବତ୍‌’ ରିଲିଜ୍‌ ହୋଇଥିଲା । ତା’ପୂର୍ବରୁ ସେ ‘ଏକ୍ସ ଏକ୍ସ ଏକ୍ସ ୪ ରିଟର୍ଣ୍ଣ ଅଫ୍‌ ଜାଣ୍ଡାର୍‌ କେଜ୍‌’ ହଲିଉଡ ପ୍ରୋଜେକ୍ଟ ପାଇଁ ବି ଖୁବ୍‌ ଚର୍ଚ୍ଚାରେ ଥିଲେ।
ଟାଇମ୍‌ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଭାରତୀୟ ଜଶାଶୁଣା କ୍ରିକେଟ୍‌ର ବିରାଟ କୋହଲି ମଧ୍ୟ ସ୍ଥାନ ପାଇଛନ୍ତି। ଏହି ତାଲିକା ପ୍ରକାଶ ପାଇବା ପରେ ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କର ବାନ୍ଧବୀ ଦୀପିକା ପାଦୁକୋନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ପ୍ରିୟଙ୍କା ଚୋପ୍ରା ନିଜର ଇନଷ୍ଟାଗ୍ରାମ୍‌ରେ ଲେଖିଛନ୍ତି ‘ସୋ ହାପି ଆଣ୍ଡ୍‌ ପ୍ରାଇଡ୍‌ ସୁ ସି ମାଇଁ ଫ୍ରେଣ୍ଡସ୍‌ ଦୀପିକା ପାଦୁକୋନ୍‌ ଆଣ୍ଡ ବିରାଟ କୋହଲି।’

 

photo-zee news

ଦୁଇ ବର୍ଷ ତଳେ ଟାଇମ୍‌ ପକ୍ଷରୁ ପ୍ରକାଶିତ ହୋଇଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏଠାରେ ସୂଚନାଯୋଗ୍ୟ ଯେ ଟାଇମ୍‌ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ପ୍ରିୟଙ୍କା ଚୋପ୍ରାଙ୍କୁ ସ୍ଥାନ ସ୍ଥାନ ମିଳିଥିଲା। ସେ ଟାଇମ୍‌ରେ ନିଜର କଭର ପେଜକୁ ମଧ୍ୟ ସେଆର୍‌ କରିଛନ୍ତି ନିଜର ଇନଷ୍ଟାଗ୍ରାମ୍‌ରେ ।

ସମ୍ବନ୍ଧିତ ଖବର