କନ୍ୟା ଜିଭାର ଜନ୍ମ ହେବା ଖବର କାହାଠୁ ପାଇଥିଲେ ଧୋନି ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅନେକ ମ୍ୟାଚରେ ରୋଚକ ବିଜୟ ଦେଇ ଦର୍ଶକଙ୍କୁ ଖୁସି କରାଇବା ସହ ଭାରତକୁ ଗୌରବ ଦେଉଥିବା ବେଳେ ସେମାନଙ୍କ ଜୀବନର ଅନେକ ବିଶେଷ ମୁହୁର୍ତକୁ ସେମାନେ ହାତଛଡା କରିଥାନ୍ତି। ଏଡି କ୍ରମରେ ଆସନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଧୋନି ଦେଶ ପାଇଁ ଅଷ୍ଟ୍ରେଲିଆରେ କ୍ରିକେଟ ଖେଳୁଥିବା ବେଳେ ଜାଣିବାକୁ ପାଇଲେ କି ସେ ଏକ କନ୍ୟାସନ୍ତାନର ବାପା ହୋଇଥିଲେ।

 

ଅଷ୍ଟ୍ରେଲିଆରେ ମହେନ୍ଦ୍ର ସିଂହ ଧୋନି ବିଶ୍ୱକପରେ ଭାରତର ନେତୃତ୍ୱ ନେଉଥିଲେ । ସେତେବେଳେ ତାଙ୍କ ପତ୍ନୀ ଆସନ୍ନପ୍ରସବା ଥିଲେ । ଅଷ୍ଟ୍ରେଲିଆ ବିରୋଧରେ ଭାରତର ଫାଇନାଲ ୱାର୍ମଅପ ମ୍ୟାଚର ଦୁଇ ଦିନ ପୂର୍ବରୁ ଅର୍ଥାତ ୨୦୧୫ ଫେବୃଆରି ୬ ରେ ତାଙ୍କର ଝିଅ ଜନ୍ମ ହୋଇଥିଲା । ପ୍ରସିଦ୍ଧ ସାମ୍ବାଦିକ ରାଜଦୀପ ସରଦେଶାଇ ନିକଟରେ ‘ଡେମୋକ୍ରାସିସ ଇଲେଭେନ: ଦ ଗ୍ରେଟ ଇଣ୍ଡିଆନ କ୍ରିକେଟ ଷ୍ଟୋରୀ’ର ଉନ୍ମୋଚନ କରିଥିଲେ ।ଧୋନିଙ୍କ ଝିଅ ‘ଜିଭା’ ଜନ୍ମ ଖୁସି ଖବର ଦେବାକୁ ସାକ୍ଷୀ ସୁରେଶ ରାଇନାଙ୍କୁ ଯୋଗାଯୋଗ କରିଥିଲେ କାରଣ ଧୋନି ମୋବାଇଲ ଫୋନ ନେଇ ନଥିଲେ ।

 

ଆଇସିସି ବିଶ୍ୱକପ -୨୦୧୫ ସମୟର ଏହି ଘଟଣା ବିଷୟରେ ପବ୍ଲିସର ଯୁଗରନଟ ବୁକସ ଟୁଇଟ କରି ଜଣାଇଛନ୍ତି। ଜିଭାଙ୍କ ଜନ୍ମ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଧୋନି କହିଥିଲେ ‘ମୁଁ ବର୍ତମାନ ଭାରତର ସେବା କରୁଛି, ସେଥିପାଇଁ ମୋତେ ସବୁୁ ଅପେକ୍ଷା କରିବାକୁ ପଡିବ’ । ଏଥିରୁ ଅଧିନାୟକ ଧୋନିଙ୍କ କ୍ରିକେଟ ଓ ଭାରତ ପ୍ରତି ଥିବା ତାଙ୍କର ନିଷ୍ଠା ଦେଖାଇଥିଲେ । ସଫଳତମ ଅଧିନାୟକ ଧୋନି ଭାରତକୁ ୨୦୧୧ ବିଶ୍ୱକପ ବିଜୟୀ କରାଇବା ସହ ପ୍ରଥମ ଟି-୨୦ ବିଶ୍ୱକପ ଜିତାଇଥିଲେ । ୨୦୧୫ ବିଶ୍ୱକପରେ ଭାରତ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିଲା କିନ୍ତୁ ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୯୫  ରନରେ ପରାସ୍ତ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର