ସଲମାନ୍‌ ଖାନ୍‌ଙ୍କ ‘ଭାରତ୍‌’ର ସୁଟିଂ ଆରମ୍ଭ ହେବା ବେଳକୁ ମିଳିଲା ଖରାପ ଖବର , ଦିଶା ପଟାନି ଗୁରୁତର ଆହତ !

ମୁମ୍ବାଇ: ବଲିଉଡ଼୍‍ର ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ଅଭିନୀତ ନୂଆ ହିନ୍ଦୀ ଚଳଚ୍ଚିତ୍ର‘ଭାରତ୍‌’ର ସୁଟିଂ ଆରମ୍ଭ ହେବା ବେଳକୁ ଏକ ଖରାପ ଖବର ଶୁଣିବାକୁ ମିଳିଛି। ତାହା ହେଲା ଯେ ଏହି ସିନେମାର ଷ୍ଟଣ୍ଟ୍‌ ପ୍ରାକ୍ଟିସ୍‌ କରୁଥିବା ବେଳେ ଦିଶା ପଟାନିଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। କୁହାଯାଉଛି ଯେ ଦିଶା ଜିମ୍ନାଷ୍ଟିକ୍‌ ପ୍ରାକ୍ଟିସ୍‌ କରୁଥିବା ବେଳେ ଏଭଳି ଅଘଟଣ ଘଟିଛି। ଏଥିଲାଗି ଡାକ୍ତର ତାଙ୍କୁ ସଂପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବାପରେ ଦିଶା ପଟାନି କେବେ ‘ଭାରତ୍‌’ର ସୁଟିଂ କରିବେ ତାକୁ ନେଇ ଆଶଙ୍କା ଦେଖା ଦେଇଛି।ଏହି ହିନ୍ଦୀ ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରା ନାୟିକା ଭୂମିକାରେ ଅଭିନୟ ଲାଗି ଚୁକ୍ତିବଦ୍ଧ କରୁଛନ୍ତି। ‘ବାଗୀ-୨’ର ସଫଳତା ପରେ ହିନ୍ଦୀ ସିନେ ଜଗତର ନାୟିକା ଦିଶା ପଟାନଙ୍କର ଭାଗ୍ୟ ଖୋଲିଯାଇଥିଲା ,କାରଣ। ଏହିହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରସ୍ତାବ ମିଳଥିଲା।

Just giving it a try ? “front flip”

A post shared by disha patani (paatni) (@dishapatani) on


‘ବାଗୀ-୨’ରେ ଅଭିନୟ କରିଥିବା ଏହି ନାୟିକା ଜଣକ ହେଲେ ଦିଶା ପଟାନି। ଏଥିରେ ତାଙ୍କୁ ଟାଇଗର ଶ୍ରଫ୍‌ଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମଳିଥିଲା। ଟାଇଗର୍‌ ନିଜର ଗର୍ଲଫ୍ରେଣ୍ଡଙ୍କ ଏଭଳି ଅବସ୍ଥାଲାଗି ଚିନ୍ତିତ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର