ଭୁବନେଶ୍ୱର: ଓଲିଉଡର ହଟ୍ ହିରୋଇନ୍ ରୀୟା ଦେ ଖୁବ୍ ଶୀଘ୍ର ପରଦାକୁ ଫେରବେ । ତେବେ ଏ ବର୍ଷ ତାଙ୍କର ଆଉ କୌଣସି ସିନେମା ରିଲିଜ୍ ହେବାର ନାହିଁ। ତାଙ୍କର ଏକ ଅପକମିଂ ଓଡ଼ିଆ ଛବି ହେଲା ‘ଦିଓ୍ଵାନା ହେଲି ତୋ’ ପାଇଁ’। ଅଶୋକ ଦାଶଙ୍କ ପ୍ରଯୋଜିତ ତଥା ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଦର୍ଶକ ରୀୟାଙ୍କ ଅଭିନୀତ ଚରିତ୍ରର ନାମ ହେଲା ମଧୁଛନ୍ଦା । ସେ ଏକ ଗରିବ ଘରର ଝିଅ । ସଂସାରରେ ତାଙ୍କର ନିଜର କହିଲେ କେବଳ ମାଆ । ପରିବାରର ଭରଣ ପୋଷଣ ଲାଗି ତାଙ୍କୁ ଦିନରେ କଲେଜରେ ପଢ଼ିବାକୁ ପଡ଼ୁଛି ଆଉ ବାକି ସମୟରେ ଏକ ବୁଟିକରେ କାମ କରିବାକୁ ପଡ଼ୁଛି । ତାଙ୍କୁ କାହିଁକି ବୁଟିକରେ କାମ କରିବାକୁ ପଡ଼ୁଛି , ତାହା ଜାଣିବାକୁ ହେଲେ ଆପଣଙ୍କୁ ଓଡ଼ିଆ ଛବି ‘ଦିଓ୍ଵାନା ହେଲି ତୋ’ ପାଇଁ’ର ରିଲିଜ୍ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସିନେମାରେ ତାଙ୍କ ସହ ନବାଗତ ନାୟକ ମୁନ୍ନା ଅଛନ୍ତି। ଏହି ସିନେମାରେ ସେ ଏକ ମନଲାଖି ଭୂମିକା ପାଇଛନ୍ତି ।ଏତଦବ୍ୟତୀତ ସିଦ୍ଧାନ୍ତ ମହାପାତ୍ର, ଉଷସୀ ମିଶ୍ର,ଶ୍ରୀତମ୍ ଦାସ,ପପୁ ପମପମ୍ ,ଅମର, ଗୁଡୁ ଏବଂ ସାତ୍ୟକୀ ମିଶ୍ର ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।