୩୪ ବର୍ଷରେ ପାଦ ଦେଲେ ବଲିଉଡର କୋଏଲ ଶ୍ରେୟା ଘୋଷାଲ,ଦେଖନ୍ତୁ ଶ୍ରେୟାଙ୍କ ଶ୍ରେଷ୍ଠ ୧୫ଟି ଗୀତର ଭିଡ଼ିଓ
ମୁମ୍ବାଇ : ଆଜି ହେଉଛି ବଲିଉଡର କୋଏଲ ବା ଗୀତିକାର ଶ୍ରେୟା ଘୋଷାଲଙ୍କର ଜନ୍ମଦିନ, ଯାହାଙ୍କ ଗୀତ ଶୁଣିବା ପରେ ସମସ୍ତେ ଝୁମିବା ଆରମ୍ଭ କରନ୍ତି । ୪ ବର୍ଷ ବୟସରୁ ଗୀତ ଶିଖିବା ଆରମ୍ଭ କରିଥିବା ଶ୍ରେୟା ଆଜି ୩୪ବର୍ଷ ବୟସରେ ପାଦ ଥାପିଛନ୍ତି । ବହୁ ବଲିଉଡ୍ ଫିଲ୍ମରେ ନିଜର କଣ୍ଠଦାନ କରିଥିବା ଶ୍ରେୟା ଏବେ ବଲିଉଡର ଆଗଧାଡ଼ିର ପ୍ଲେବ୍ୟାକ୍ ସିଙ୍ଗରମାନଙ୍କ ମଧ୍ୟରୁ ଜଣେ । ପଶ୍ଚିମବଙ୍ଗର ମୁର୍ସିିଦାବାଦ୍ରେ ଜନ୍ମ ହୋଇଥିବା ଶ୍ରେୟାଙ୍କ ଅଧିକାଂଶ ସମୟ ଅତିବାହିତ ହୋଇଥିଲା ରାଜସ୍ଥାନର ରାଓ୍ଵତ୍ଭତାରେ । ବଲିଉଡରେ ୧୫ବର୍ଷର ଯାତ୍ରରେ ସେ ଅନେକ ଫିଲ୍ମକୁ ହିଟ୍ ଗୀତ ଦେଇଥିବା ବେଳେ ଶ୍ରେଷ୍ଠ ଗାୟିକା ଭାବେ ନ୍ୟାସ୍ନାଲ ଫିଲ୍ମ ଆଓ୍ଵାର୍ଡ଼, ଫିଲ୍ମ ଫେୟାର ଆଓ୍ଵାର୍ଡ଼, ଆରଡ଼ି ବର୍ମନ୍ ଆଓ୍ଵାର୍ଡ଼ ଭଳି ବହୁ ପୁରସ୍କାର ତାଙ୍କୁ ମିଳିସାରିଛି । ଏହା ସହ ୨୦୧୦ରେ ୟୁନାଇଟେଡ଼୍ ଷ୍ଟେଟ୍ ଅଫ୍ ଓହିୟୋ ତରଫରୁ ତାଙ୍କୁ ସମ୍ମାନିତ କରାଯାଇ ଜୁନ ୨୬କୁ ‘ଶ୍ରେୟା ଘୋଷାଲ ଡ଼େ’ ଭାବରେ ପାଳନ କରାଯିବ ବୋଲି ଘୋଷଣା କରା ଯାଇଥିଲା । ପ୍ରଥମେ ଶ୍ରେୟା ଲତା ମଙ୍ଗେସ୍କର ଗାଇଥିବା ଗୀତ ‘ଗନ୍ରାଜ ରାଙ୍ଗି ନଚାତୋ’ ଗୀତକୁ ମରାଠୀରେ ଗାଇଥିଲେ । ଏହା ପରେ ୧୯୯୮, ଜାନୁଆରି ୧ରେ ତାଙ୍କର ପ୍ରଥମ ଆଲବମ୍ ‘ବନ୍ଧେଚି ବୀଣା’ ରିଲିଜ ହୋଇଥିଲା ଯେଉଁଥିରେ ସେ ୧୪ଟି ଟ୍ରାକ୍ରେ ଗୀତ ଗାଇଥିଲେ । ଏବେ ସେ ଗୀତ ଗାଇବା ସହ ରିୟାଲିଟି ସୋ ‘ଇଣ୍ଡିଆନ ଆଇଡ଼ଲ’ରେ ବିଚାରକ ଦାୟିତ୍ୱ ତୁଲାଉଛନ୍ତି । ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ସେ ଗାଇଥିବା ଶ୍ରେଷ୍ଠ ୧୫ଟି ଗୀତର ଭିଡିଓ ଦେଖିବା।
Sambad is now on WhatsApp
Join and get latest news updates delivered to you via WhatsApp
hindustantimes.com
hindustantimes.com
hindustantimes.com
hindustantimes.com
hindustantimes.com
hindustantimes.com
hindustantimes.com
hindustantimes.com
hindustantimes.com
hindustantimes.com
hindustantimes.com
hindustantimes.com
hindustantimes.com
hindustantimes.com
hindustantimes.com