ହର୍ଷବର୍ଦ୍ଧନଙ୍କ ମୋଟର ସାଇକେଲ ପଛରେ ବସି ବୁଲୁଛନ୍ତି ଏହି ନାୟିକା

ମୁମ୍ବାଇ: ପ୍ରଖ୍ୟାତ ନିର୍ଦ୍ଦେଶକ ରାକେଶ ଓମ୍‌ପ୍ରକାଶ ମେହେରାଙ୍କ ଫିଲ୍ମ ‘ମିର୍ଜିୟା’ଜରିଆରେ ବଲିଉଡ଼୍‍ରେ ହିରୋ ଭାବେ ଡ଼େବ୍ୟୁ କରିଥିଲେ ହର୍ଷବର୍ଦ୍ଧନ କପୁର। ଏହା କିନ୍ତୁ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିଲା। ଏଥିରେ ସେ ଜଣେ ନବାଗତା ସୟାମୀ ଖେରଙ୍କ ସହ ରୋମାନ୍ସ କରିଥିଲେ। ସଂପ୍ରତି ହର୍ଷବର୍ଦ୍ଧନ ତାଙ୍କର ଆଗାମୀ ସିନେମା ‘ଭାବେଶ ଜୋଶୀ’ର ପ୍ରମୋସନ୍‌ପାଇଁ ବ୍ୟସ୍ତ ଅଛନ୍ତି।

ଅଭିନେତା ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁର ଆଜିକାଲି ଜଣେ ନାୟିକାଙ୍କ ସହ ମୋଟର ସାଇକେଲରେ ବୁଲୁଥିବାର ଲକ୍ଷ୍ୟ କରାଯାଉଛି। ଏହି ନାୟିକାଜଣକ ହେଲେ ତାପସୀ ପାନୁ। ଏହି ନାୟିକାଙ୍କ ସହ ହର୍ଷବର୍ଦ୍ଧନ କପୁରଙ୍କ ମୋଟର ସାଇକେଲ ପଛରେ ବସି ତାପସୀ ପାନୁ ମଜା ଉଠାଉଥିବାର ମୁମ୍ବାଇର ଲୋଖଣ୍ଡଓ୍ଵାଲା ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଏଥିରେ ଉଭୟେ ଖୁବ୍‌ ଖୁସି ଲାଗୁଥିଲେ। ହର୍ଷବର୍ଦ୍ଧନ କପୁର ଏବଂ ତାପସୀ ପାନୁ ଏହା କେବଳ ସେମାନଙ୍କର ଆଗାମୀ ସିନେମା ‘ଭାବେଶ ଜୋଶୀ’ର ପ୍ରମୋସନ୍‌ପାଇଁ କରିଥିଲେ ।ଏହି ସିନେମା ଜୁନ୍‌ ୧ ତାରିଖରେ ମୁକ୍ତିଲାଭ କରିବ।

ଏଠାରେ ସୂଚନାଯୋଗ୍ୟ ଯେ ନିଜର ବ୍ୟକ୍ତିଗତ ମାମଲାକୁ ନେଇ ବି ଚର୍ଚ୍ଚାରେ ରହିଥିଲେ ହର୍ଷବର୍ଦ୍ଧନ। ପ୍ରକୃତରେ ତାଙ୍କୁ ଏକ ରେସ୍ତୁରାଁରେ ଜଣେ ମିଷ୍ଟି୍ର ଗର୍ଲଙ୍କ ସହିତ ଡ଼ିନର କରୁଥିବାର ଦେଖିବାକୁ ମିଳିଥିଲା।ଯେତେବେଳ ସେ ଦୁହେଁ ରେସ୍ତୁରାଁରୁ ବାହାରିଲେ,ସେତେବେଳେ ଉଭୟଙ୍କୁ କ୍ୟାମେରାରେ ଏକାଠି କରିଥିଲେ ଫଟୋଗ୍ରାଫର।୍‌
ସେହି ମିଷ୍ଟ୍ରି ଗର୍ଲ ଜଣକ ହେଲେ ଜଣାଶୁଣା ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲିୟା ଫରନିଚରଓ୍ଵାଲା।ବେଶ୍‌ କିଛି ଦିନ ହେବ ହର୍ଷବର୍ଦ୍ଧନ ଓ ଆଲିୟାଙ୍କ ଲିଙ୍କଅପ୍‌କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଏହା ପୂର୍ବରୁ ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅମ୍ରିତା ସିଂହଙ୍କ କନ୍ୟା ତଥା ବଲିଉଡ଼୍‍ ନାୟିକା ସାରା ଅଲ୍ଲୀ ଖାନ୍‌ଙ୍କ ସହ ହର୍ଷବର୍ଦ୍ଧନଙ୍କ ନାଆଁ ଯୋଡ଼ା ଯାଇଥିଲା।


ଏହା ଛଡ଼ା ସେ ଅନ୍ୟ ଏକ ସିନେମା ଲାଗି ବି ପ୍ରସ୍ତୁତି ଚଳାଇଛନ୍ତି। ଏହି ସିନେମା ଅଲଂପିକ୍‌ରେ ସ୍ୱର୍ଣ୍ଣପଦକ ବିଜେତା  ଅଭିନବ ବିନ୍ଦ୍ରାଙ୍କ ଜୀବନୀ ଉପରେ ଆଧାରିତ। ଏଥିରେ ଟାଇଟଲ୍‌ ରୋଲ୍‌ରେ ନଜର ଆସିବେ ହର୍ଷବର୍ଦ୍ଧନ କପୁର।

ସମ୍ବନ୍ଧିତ ଖବର