ନ୍ୟୁଡ୍‌ ସିନ୍‌ ଲିକ୍‌ ହେବାପରେ ଲୋକପ୍ରିୟ ହୋଇଥିଲେ ଏହି ନାୟିକା !

ମୁମ୍ବାଇ:ଅଆଜି .ହେଉଛି  ବଲିଉଡର ଜଣେ ଲୋକପ୍ରିୟ ନାୟିକା ରାଧିକା ଆପ୍‌ଟେଙ୍ମୁକ ଜନ୍ମଦିନ। .ସେ ୧୯୮୫ ମସିହା ସେପେ୍ଟେମ୍ବର ୭ ତାରିଖରେ ତାମିଲନାଡୁର ଭେଲୋରରେ ଜନ୍ମଗ୍ରହଣ କରିଥିଲେ।  ରାଧିକା ସର୍ବଦା କିଛି ନା କିଛି କଥା କହି ଲୋକଲୋଚନକୁ ଆସନ୍ତି। ନିଜ ଜୀବନରେ ଘଟିଥିବା କାଷ୍ଟିଂ କାଉଚ୍‌ ଘଟଣାକୁ ସେ କହିଛନ୍ତି। ସେ ୨୦୦୫ରେ ମୁକ୍ତିଲାଭ କରିଥିବା ହିନ୍ଦୀ ସିନେମା ‘ ଲାଇଫ୍‌ ହୋ ତୋ ଐସି’ ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ, କିନ୍ତୁ ତାଙ୍କୁ ଲୋକପ୍ରିୟତା ମିଳିଥିଲା ‘ ଶୋର୍‌ -ଇନ୍‌ ଦି ସିଟି’ ଫିଲ୍ମରୁ ।
ରାଧିକା ବରୁଣ ଧଓ୍ଵନ୍‌ ଷ୍ଟାର୍‌ର ଫିଲ୍ମ ‘ବଦଲାପୁର’ରେ ବୋଲଡ୍‌ ସିନ୍‌ କରି ଚର୍ଚ୍ଚିତା ହୋଇଥିଲେ । ତାଙ୍କୁ ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ‘ ପ୍ୟାଡ୍‌ମ୍ୟାନ୍‌ ’ରେ ଦେଖିବାକୁ ପାଇଲେ ଦର୍ଶକ । ରାଧିକା ଫିଲ୍ମରେ ସୁନ୍ଦର ଅଭିନୟ ପାଇଁ ଯେମିତିକି ପ୍ରଶଂସିତା ହୋଇଛନ୍ତି, ନିଜର ବିବାଦୀୟ ଲିକ୍‌ ଭିଡିଓ ଯୋଗୁଁ ମଧ୍ୟ ସେତିକି ଚର୍ଚ୍ଚିତା ହୋଇ ଫିଲ୍ମ ‘ ପର୍ଚଡ’ର ନ୍ୟୁଡ ସିନ୍‌ ଲିକ୍‌ ହେବା ପରେ ବେଶି ଚର୍ଚ୍ଚାକୁ ଆସିଥିଲେ ରାଧିକା । ତା’ପୂର୍ବରୁ ନିଜର ନ୍ୟୁଡ୍‌ ସେଲଫି କୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥିଲେ ରାଧିକା ।
ରାଧିକା ଚାହୁଁଥିଲେ ଏମିତି ଜଣେ ଅଭିନେତ୍ରୀ ଯିଏ ନୃତ୍ୟଶିଲ୍ପୀ ହେବାକୁ ଚାହୁଁତିଲେ । ସେ ଏଥିପାଇଁ ପ୍ରଖ୍ୟାତ ନୃତ୍ୟଗୁରୁ ରୋହିଣୀ ଭାଡେଙ୍କଠାରୁ ପ୍ରାୟ ୮ ବର୍ଷ ଯାଏଁ କଥକ ନୃତ୍ୟ ଶିକ୍ଷା କରିଥିଲେ । ତା’ପରେ ଡ୍ୟାନ୍‌ସରେ ଏକ ବର୍ଷର ଡିପ୍ଲୋମା କୋର୍ସ କରିବା ଲାଗି ସେ ଲଣ୍ଡନ ଯାଇଥିଲେ ।


୨୦୧୧ରେ ରାଧିକା ଲଣ୍ଡନରେ ରହୁଥିବା ବେଳେ ନୃତ୍ୟ ଶିକ୍ଷକ ବେନୋଡିକ୍ଟ ଟେଲରଙ୍କ ସହ ପରିଚିତ ହେଲେ । ଖୁବ୍‌ କମ୍‌ ଦିନ ଭିତରେ ଉଭୟଙ୍କ ଭିତରେ ବନ୍ଧୁତା ହେଲା ଓ ତା’ପରେ ଉଭୟେ ଲିଜଇନ୍‌ ରିଲେସନ୍‌ ରେ ରହିଲେ । ୨୦୧୨ରେ ସେ ଦୁହେଁ ରେଜିଷ୍ଟାର୍ଡ ମ୍ୟାରେଜ୍‌ କରିଥିଲେ । ଏହାର ମାସକ ପରେ ରାଧିକା ଓ ତାଙ୍କ ସ୍ୱାମୀ ବିବାହ ବିନ୍ଧାନରେ ଆବଦ୍ଧ ହୋଇଥିବା କଥା ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର