ବିଶ୍ୱ ନୃତ୍ୟ ଦିବସରେ ହ୍ରିତିକ୍‌ ରୋଶନ ସାଜିଲେ ମାଇକେଲ ଜ୍ୟାକ୍‌ସନ୍‌

ନୂଆଦିଲ୍ଲୀ : ବଲିଉଡ୍‌ର କ୍ରିସ ହ୍ରିତିକ୍‌ ରୋଶନ ଅଭିନୟ ସହ ନୃତ୍ୟରେ ମଧ୍ୟ ମାହିର୍‌ । ତାଙ୍କର ନୃତ୍ୟର ଜାଦୁ ବଲିଉଡ଼ ସହ ସାରା ଦେଶକୁ ପାଗଳ କରିଛି । ୪୪ ବର୍ଷିୟ ଅଭିନେତା ହ୍ରିତିକ୍‌ ବିଶ୍ୱ ନୃତ୍ୟ ଦିବସ ଅବସରରେ ଟ୍ଵିଟରରେ ମାଇକଲ ଜ୍ୟାକ୍‌ସନ୍‌ଙ୍କ ଶୈଳୀରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ମାଇକେଲ୍‌ଙ୍କ ଥ୍ରିଲର ଗୀତରେ ନାଚୁ ଥିବାର ନଜର ଆସିଛନ୍ତି ।
ହ୍ରିତିକ୍‌ ନିଜର ପିଲା ବେଳର ଫଟୋ ଟ୍ଵିଟ୍‌ କରିଛନ୍ତି। ଏହି ଫଟୋର କ୍ୟାପସନ୍‌ ସେ ଲେଖିଛନ୍ତି ‘୧୯୮୨ ମସିହାରେ ଏମଜେଙ୍କର ଥ୍ରିଲର ଗୀତ ରିଲିଜ ହୋଇଥିଲା। ଆଠ ବଷ ର୍ ବୟସରେ ମୁଁ ବହୁତ ହିଁ ଖରାପ ନାଚୁଥିଲି। କିନ୍ତୁ ମୋ ବାପା-ମା’ଙ୍କ ପାଇଁ ସେହି ଦିନ ମୁଁ ତାଙ୍କର ଜ୍ୟାକ୍‌ସନ୍‌ ଥିଲି ।’ ଏହି ଫଟୋରେ ହ୍ରିତିକ୍‌ ଗହଳି ମଧ୍ୟରେ କୌଣସି ଏକ ପାର୍ଟିରେ ଏକୁଟିଆ ନାଚୁଥିବା ବେଳେ ତାଙ୍କର ପିତା ରାକେଶ ରୋଶନ ଏବଂ ମାତା ପିଙ୍କି ରୋଶନ ତାଙ୍କୁ ଉତ୍ସାହିତ କରୁଥିବାର ଦେଖାଯାଉଛି।

ହ୍ରିତିକ୍‌ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୁପର ୩୦’ର କାମରେ ବ୍ୟସ୍ତ ରହିଛନ୍ତି । ଏହି ଚଳଚ୍ଚିତ୍ରରେ ହ୍ରିତିକ୍‌ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ରରେ ନଜର ଆସୁଛନ୍ତି । ଏହା ସହ ସେ ଟାଇଗର ସର୍ଫଙ୍କ ସହ ଏକ ନୃତ୍ୟ ଆଧାରିତ କାହାଣୀ ବିଶିଷ୍ଟ ଚଳଚ୍ଚିତ୍ରରେ ମଧ୍ୟ ବ୍ୟସ୍ତ ରହିଛନ୍ତି।

ସମ୍ବନ୍ଧିତ ଖବର