ଏହି ହଟ୍‌ ହିରୋଇନଙ୍କୁ ମିଳିଲା ରିତିକ୍‌ ରୋଶନଙ୍କ ସାଥ୍‌

ମୁମ୍ବାଇ: ବେଳେ ବେଳେ ବଲିଉଡରେ ନାୟିକାମାନେ ନିଜର ଅଭିନୟ ଅପେକ୍ଷା ଅନ୍ତରଙ୍ଗ ଦୃଶ୍ୟ ଲାଗି ବେଶି ଚର୍ଚ୍ଚିତା ହୋଇଥାନ୍ତି। ଏଭଳି ଜଣେ ନାୟିକା ହେଲେ ବାଣୀ କପୁର। ବାଣୀଙ୍କୁ ପୂର୍ବରୁ ଦର୍ଶକ ‘ବେଫିକ୍ରେ’ ସିନେମାରେ ରଣବୀର ସିଂହଙ୍କ ବିପକ୍ଷରେ ନାୟିକା ବନିଥିଲେ। ଏଥିରେ ତାଙ୍କର ଚୁମ୍ବନ ଦୃଶ୍ୟ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।

ବଲିଉଡ ସୁପରଷ୍ଟାର୍‌ ରିତିକ୍‌ ରୋଶନ୍‌ ଏଇ ନିକଟରେ ଏକ ନୂଆ ସିନେମା ସାଇନ୍‌ କରିଥିବା କୁହାଯାଉଛି । ଏହାର ପ୍ରଯୋଜନା କରୁଛନ୍ତି ଆଦିତ୍ୟ ଚୋପ୍ରା। ଏହି ନାମକରଣ ହୋଇନଥିବା ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସିଦ୍ଧାର୍ଥ ଆନନ୍ଦ। ସେ ପୂର୍ବରୁ ରିତିକ୍‌ ରୋଶନଙ୍କୁ ନେଇ ‘ବ୍ୟାଙ୍ଗ ବ୍ୟାଙ୍ଗ୍‌’ ଟାଇଟଲରେ ଏକ ସିନେମା ତିଆରି କରିଥିଲେ। ଏହି ସିନେମାରେ ରିତିକ୍‌ ରୋଶନଙ୍କ ବିପକ୍ଷରେ ନାୟିକା ସାଜିବେ ବାଣୀ କପୁର। ଏହା ଏକ ଆକସନ୍‌ ମୁଭି ବୋଲି ଜଣାଯାଇଛି। ଏହି ସିନେମାରେ ଟାଇଗର୍‌ ଶ୍ରଫ୍‌ ବି ନଜର ଆସିନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

photo-amarujala

ଏଠାରେ ସୂଚନାଯୋଗ୍ୟ ଯେ ଏବେ ରିତିକ୍‌ ‘ସୁପର-୩୦’ର ସୁଟିଂରେ ବ୍ୟସ୍ତ ଥିବା ବେଳେ ଟାଇଗର୍‌ ଶ୍ରଫ୍‌ କରଣ ଜୋହରଙ୍କ ‘ଦି ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌-୨’ର ସୁଟିଂ କରୁଛନ୍ତି ଡେରାଡୁନରେ। ଏମାନେ ଏହି ସିନେମାର କାମ ଶେଷ କରିବାପରେ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମରେ କାମ କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର