ସେନା ପରିବାରର ଝିଅ ହିସାବରେ ଭାରତ-ପାକ୍‌ର ବର୍ତ୍ତମାନ ପରିସ୍ଥିତିକୁ ଦେଖି ଏଭଳି ଟୁଇଟ୍‌ କଲେ ପ୍ରୀତି ଜିଣ୍ଟା

ମୁମ୍ବାଇ : ପୁଲଓ୍ଵାମା ଆକ୍ରମଣ ପରେ ଭାରତ-ପାକ୍‌ ମଧ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା । ଆକ୍ରମଣରେ ୪୦ଜଣ ଯବାନ ସହିଦ୍‌ ହୋଇଥିବା ବେଳେ ଏହାର ଜବାବ ଦେବା ପାଇଁ ଗତ ମଙ୍ଗଳବାର ଫେବୃଆରି ୨୬ରେ ଭାରତୀୟ ବାୟୁସେନା ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ଶିବିରକୁ ଟାର୍ଗେଟ କରିଥିଲା । ଜୈସ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ୧୦୦୦କିଲୋ ବୋମା ପକାଇ ଭାରତୀୟ ବାୟୁସେନା ୩୦୦ ଅତଙ୍କବାଦୀଙ୍କୁ ନିହତ କରିଥିବାର ଖବର ମିଳିଥିଲା । ଏହା ପରେ ପରେ ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦେଖି ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଟୁଇଟ୍‌ କରି ନିଜର ମତ ରଖିଛନ୍ତି ।

ଟୁଇଟ୍‌ରେ, “ଜଣେ ସେନା ପରିବାରର ଝିଅ ହିସାବରେ ମୁଁ ଗୋଟେ କଥା ବିଶ୍ୱାସର ସହ କହି ପାରିବି କି, ଭାରତ ଏବଂ ପାକିସ୍ତାନକୁ କେବଳ ଆତଙ୍କବାଦ, ଦାରିଦ୍ର୍ୟ ଏବଂ ନିରକ୍ଷରତା ବିରୋଧରେ ଯୁଦ୍ଧ ଲଢ଼ିବା ଦରକାର” ବୋଲି ଲେଖିଥିଲେ ।

ସମ୍ବନ୍ଧିତ ଖବର