ବେବିକୋ ବୁଢ଼ା ମିଲ୍‌ ଗୟା :ନିର୍ବନ୍ଧର ଫଟୋ ଛାଡ଼ି ଟ୍ରୋଲ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ : ଟେଲି ଧାରାବାହିକ ‘କିସ୍‌ ଦେଶ ମେଁ ହୈ ମେରା ଦିଲ୍‌’ରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅଦିତି ଗୁପ୍ତା ନିଜ ପ୍ରେମିକ କରିବ୍‌ ଚୋପ୍ରାଙ୍କ ସହ ନିର୍ବନ୍ଧ କରିଥିବା ଜଣାପଡ଼ିଛି । ଏହାର ଏକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ନିଜ ନିର୍ବନ୍ଧ ଖବର ସମସ୍ତଙ୍କୁ ଜଣାଇଛନ୍ତି ଆଦିତି । ତେବେ ଏହି ଫଟୋ ସେ ପୋଷ୍ଟ କରିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । କିଛି ଲୋକ ତାଙ୍କୁ ଟଙ୍କା ପାଇଁ ବିବାହ କରୁଥିବା କହିଥିବା ବେଳେ କିଛି ତାଙ୍କୁ ବୁଢ଼ା ମିଲ୍‌ ଗୟା ବୋଲି କହିଥିବା ଦେଖା ଯାଇଛି ।

jansatta.com

ଅନ୍ୟ ଜଣେ ବ୍ୟବହାରକାରୀ, ଝିଅମାନେ ଯେତେ ଶାହାରୁଖ୍‌ କି ବିରାଟ ହୁଅନ୍ତୁ ବିବାହ ତ ସେମାନେ ଜେଠାଲାଲଙ୍କୁ ହିଁ କରିବେ ବୋଲି ଲେଖିଥିବା ବେଳେ ଜଣେ ଏହା ବିବାହ ନୁହଁ ବର୍‌ବାଦୀ ବୋଲି କହିଛନ୍ତି । ତେବେ ଅଦିତିଙ୍କୁ ଏତେ ଟ୍ରୋଲ କରାଯାଇଥିବା ବେଳେ ଅଦିତି ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖି ନଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର