ଏବେ ସଲମାନ୍‌ ଖାନଙ୍କ ସହ ଆସୁଛନ୍ତି ଦିଲ୍‌ବରଗର୍ଲ ନୋରା ଫତେହୀ

ମୁମ୍ବାଇ: ସୁପରହିଟ ସିନେମା ‘ସତ୍ୟମେବ ଜୟତେ’ର ଦିଲ୍‌ବର୍‌ ଗୀତର ନୂଆ ଭର୍ସନ୍‌ ୟ୍ୟୁ ଟ୍ୟୁବ୍‌ରେ ଧମାଲ୍‌ କରିବାପରେ ଚର୍ଚ୍ଚାକୁ ଆସିଥିଲେ ଏହି ଗୀତର ଆଇଟମ୍‌ ଗର୍ଲ ନୋରା ଫତେହୀ। ନୋରା ହେଉଛନ୍ତି ଜଣେ ଇଣ୍ଡୋ-ମରୋକୋ-କାନାଡୀୟ ଡ୍ୟାନ୍ସର, ମଡେଲ ଓ ଅଭିନେତ୍ରୀ।

ବଲିଉଡରେ ନୋରା ‘ରୋର୍‌:ଟାଇଗର୍‌ ଅଫ୍‌ ସୁନ୍ଦରବନ’ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ। ଏହାପରେ ସେ ବିଖ୍ୟାତ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ତେଲୁଗୁ ସିନେମା ‘ଟେଂପର୍‌’ରେ ଏକ ଆଇଟମ୍‌ ଗୀତରେ ଅଭିନୟ କରିଥିଲେ। ତା’ପରେ ନୋରା ଫତେହୀଙ୍କୁ ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ‘ମିଷ୍ଟର ଏକ୍ସ’ ରେ ଏକ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ହିନ୍ଦୀ ସିନେମାରେ ଇମ୍ରାନ୍‌ ହାସମୀ ଓ ଗୁରୁମିତ୍‌ ଚୌଧୁରୀ ଥିଲେ ମୁଖ୍ୟ ଭୂମିକାରେ।ନୋରା ଫତେହୀ ‘ବାହୁବଲୀ ଦ ବିଗିନିଂ’, ‘କିକ୍‌-୨’,ଶେର୍‌, ଲୋଫର୍‌ ଆଦି ତେଲଗୁ ସିନେମାରେ ମଧ୍ୟ ଅଭିନୟ କରିଥିଲେ।


ଏହାପରେ ନୋରା ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ‘ବିଗ୍‌ବସ୍‌ -୯’ରେ ପ୍ରତିଯୋଗୀଭାବେ ଅଂଶ ଗ୍ରହଣ କରିଥିିଲେ। ଏହି ସୋ’ରୁ ୮୪ ତମ ଦିନ ତାଙ୍କୁ ବିଦାୟ ନେବାକୁ ପଡ଼ିଥିଲା।ଏଇ ନିକଟରେ ନୋରା ଫତେହୀ ସଲମାନ୍‌ ଖାନ୍‌, କାଟ୍ରିନା କୈଫ୍‌ ଓ ଦିଶା ପଟାନୀ ଷ୍ଟାରର ‘ଭାରତ୍‌’ ସିନେମା ପାଇଁ ବି ସୁଟିଂ କରିଛନ୍ତିି।ଏହି ସିନେମାରେ ତାଙ୍କୁ ଆଇଟମ୍‌ ଗର୍ଲଭାବେ ନୁହେଁ ,ବରଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହାଛଡା ତାଙ୍କ ହାତରେ କେତେକ ନୂଆ ହିନ୍ଦୀ ଫିଲ୍ମର ଅଫର୍‌ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର