ଜାକଲିନଙ୍କ ଉତ୍ତେଜକ ପୋଲ୍‌ ଡାନ୍ସ ଏଥର ଦର୍ଶକ ଦେଖିବାକୁ ପାଇବେ ତ!

‘ରେସ୍‌ ୩’ରେ ଏକ ସଙ୍ଗେ ଅଭିନୟ କରୁଛନ୍ତି ସଲମାନ ଖାନ ଓ ଜାକେଲିନ୍‌ ଫର୍ନାଣ୍ଡିଜ୍‌। ଏହି ଫିଲ୍ମର ଏକ ଦୃଶ୍ୟରେ ଜାକେଲିନ୍‌ ଖୁମ୍ବ ନୃତ୍ୟ ବା ପୋଲ୍‌ ଡାନ୍‌ସ କରୁଥିବା, ଦର୍ଶକେ ଦେଖିବାକୁ ପାଇବେ। ଏହି ନୃତ୍ୟକୁ ନେଇ ସେ ବିଶେଷ ଭାବେ ଉତ୍ସାହିତ। କାରଣ, ପୂର୍ବରୁ ସେ ‘ଏ ଜେଣ୍ଟଲ୍‌ମ୍ୟାନ୍‌’ ଫିଲ୍ମରେପୋଲ୍‌ ଡାନ୍‌ସ କରିଥିଲେ। ହେଲେ, ତାହା ଏତେ ଉତ୍ତେଜକ ଥିଲା ଯେ, ସେନ୍‌ସର୍‌ କର୍ତ୍ତୃପକ୍ଷ ଦେଖୁଦେଖୁ ଗରମ ହୋଇଗଲେ। ତୁରନ୍ତ କତୁରି ଚଳାଇ, ଫିଲ୍ମରୁ ବାଦ୍‌ଦେବାକୁ ନିର୍ଦେଶ ଦେଲେ। ଉପାୟହୀନ ପ୍ରଯୋଜକଙ୍କୁ ସେନ୍‌ସର୍‌ବାଲାଙ୍କ ନିର୍ଦେଶ ପାଳନ କରିବାକୁ ହୋଇଥିଲା। ସେତେ ବେଳେ ଜାକେଲିନ୍‌ଙ୍କୁ ଭାରି ଖରାପ ଲାଗିଥିଲା। ତେଣୁ, ପୁଣି ଥରେ ଦର୍ଶକଙ୍କୁ ତତାଇବା ପାଇଁ ସୁଯୋଗ ମିଳିଥିବାରୁ ସେ ଉତ୍ସାହିତ। ନିଜ ଘରେ ଖୁମ୍ବଟିଏ ପୋତି ପ୍ରତି ଦିନ ଅଭ୍ୟାସ କରୁଛନ୍ତି। ସୁଟିଂ ଜାନୁଆରିରେ ହେବ। ଦେଖାଯାଉ ଏ ଥର କ’ଣ ଘଟୁଛି? ଏଥର ଜାକଲିନ୍‌ ସେନ୍‌ସର୍‌ କର୍ତ୍ତୃପକ୍ଷଙ୍କୁ ନିଜ ପକ୍ଷକୁ ନେଇ ପାରୁଛନ୍ତି ନା ନାହିଁ!

ସମ୍ବନ୍ଧିତ ଖବର