ରାଜନୀତି କରିବାକୁ ପ୍ରସ୍ତୁତ ହେଉଛନ୍ତି କଙ୍ଗନା !
ମୁମ୍ବାଇ : ବଲିଉଡ କୁଇନ କଙ୍ଗନା ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ର ସୁଟି ଏବଂ ପୋଷ୍ଟ ପ୍ରଡ଼କ୍ଟସନ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ସୂତ୍ରରୁ ଜଣାପଡ଼ିଛି, ଏହା ଭିତରେ କଙ୍ଗନା ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଯାଇଛନ୍ତି । କଙ୍ଗନାଙ୍କ ବୁଝାମଣା ଏବଂ ଅଭିନୟ ପ୍ରତି ମୋଦି ମଧ୍ୟ ଆକୃଷ୍ଟ ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ କଙ୍ଗନା ତାଙ୍କ ରାଜ୍ୟ ହିମାଚଳ ପ୍ରଦେଶରୁ ବିଜେପି ଟିକେଟ ନେଇ ନିର୍ବାଚନ ଲଢ଼ିବେ ବୋଲି ସୂଚନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
କଙ୍ଗନାଙ୍କୁ ଦୁଇ ବର୍ଷ ପୂର୍ବେ ସ୍ୱଚ୍ଛ ଭାରତ ଅଭିଯାନର ବିଜ୍ଞାପନରେ ଦେଖାଯାଇଥିଲା । ଏଥିରେ ସେ ମାତା ଲକ୍ଷ୍ମୀ ହୋଇ ସଫାସୁତୁରା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମୟରେ ପ୍ରଥମ ଥର ପାଇଁ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ହୋଇଥିଲା । କଙ୍ଗନା ତାଙ୍କ ନିଜ ରାଜ୍ୟ ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ଟିକେଟ ନେଇ ନିର୍ବାଚନ ଲଢ଼ିବା ଯୋଜନା ରହିଛି। ଏଥିପାଇଁ ସେ ବର୍ତ୍ତମାନ ରାଜନୀତିର କଳା-କୌଶଳ ଶିଖିବା ଏବଂ ବୁଝିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏଣୁ କଙ୍ଗନା ବର୍ତ୍ତମାନ ବହୁତ ଭାବି ଚିନ୍ତି ଚଳଚ୍ଚିତ୍ର ଚୟନ କରୁଛନ୍ତି। ଏହା ଦ୍ୱାରା ଯେପରି ତାଙ୍କର ଛବି ସାଧାରଣ ଜନତାଙ୍କ ମଧ୍ୟରେ ଭଲ ଭାବେ ଚିତ୍ରଣ ହୋଇପାରିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କଙ୍ଗନାଙ୍କ ରାଜନୀତି କରିବା ବିଷୟରେ କିଛି ସଠିକ ଖବର ଆସିନାହିଁ ।