ନିଜ ବିଷୟରେ ଏକ ବଡ଼ ଖୁଲାସା କଲେ କ୍ୟାଟ୍ରିନା: ଫିଲ୍ମ ‘ଜିରୋ’ରେ ଅନୁଷ୍କାଙ୍କ ଚରିତ୍ର କରିବାକୁ ଇଚ୍ଛା କରିବା ସହ ନିର୍ଦ୍ଦେଶକଙ୍କୁ କରି ଥିଲେ ଅନେକ ନିବେଦନ

ମୁମ୍ବାଇ : ଫିଲ୍ମ ‘ଜିରୋ’ର ଟ୍ରେଲର ରିଲିଜ ହେବା ପରେ ଅନୁଷ୍କା ଶର୍ମାଙ୍କ ଚରିତ୍ରକୁ ସମସ୍ତେ ପସନ୍ଦ କରିଛନ୍ତି । କିଛି ଦର୍ଶକ ଶାହାରୁଖ୍‌ଙ୍କ ଚରିତ୍ରଠାରୁ ଅନୁଷ୍କାଙ୍କ ଚରିତ୍ରକୁ ଅଧିକ ପସନ୍ଦ କରିଛନ୍ତି । ବୋଧହୁଏ ଏ ବିଷୟରେ ପୂର୍ବରୁ ଜାଣି ପାରିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ । ଫିଲ୍ମରେ ଅନୁଷ୍କାଙ୍କ ଚରିତ୍ର କେତେ ଗୁରୁତ୍ୱପୁର୍ଣ୍ଣ ଏବଂ ପ୍ରଭାବଶାଳୀ ତାହା ଜାଣିପାରି ନିର୍ଦ୍ଦେଶକଙ୍କୁ ଅନୁଷ୍କାଙ୍କ ଚରିତ୍ର ଦେବା ପାଇଁ କହିଥିବା ଜଣା ପଡ଼ିଛି । ଏ ନେଇ ଆଉ କେହି ନୁହନ୍ତି, ନିଜେ କ୍ୟାଟ୍ରିନା ଏହାର ଖୁଲାସା କରିଥିଲେ ।

SpotboyE

ସୂଚନା ମୁତାବକ, ରେଡ଼୍‍ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ ତରଫରୁ ରଖାଯାଇଥିବା ସ୍ୱତନ୍ତ୍ର ଭାଗ ଜିରୋକା ସଚ୍‌ରେ କ୍ୟାଟ୍ରିନା ଏହି ଖୁଲାସା କରିଥିବା ଜଣାଇଛନ୍ତି । ଭିଡ଼ିଓରେ ୩ କଳାକାର ଫିଲ୍ମରେ ନିଜ ନିଜର ପସନ୍ଦର ଚରିତ୍ର ବିଷୟରେ କହୁଥିବାର ଦେଖାଯାଇଛି । ଯେଉଁଠି ଶାହାରୁଖ୍‌ କ୍ୟାଟ୍ରିନାଙ୍କ ଚରିତ୍ରକୁ ପସନ୍ଦ କରୁଥିବା କହିଥିବା ବେଳେ ଅନୁଷ୍କା ଶାହାରୁଖ୍‌ଙ୍କ ଚରିତ୍ରଙ୍କୁ ପସନ୍ଦ କରୁଥିବା କହିଥିଲେ । କ୍ୟାଟ୍ରିନାଙ୍କୁ ପଚରାଯିବା ପରେ ସ୍କ୍ରିପ୍ଟ ପଢ଼ିବା ପରଠାରୁ ତାଙ୍କ ଅନୁଷ୍କାଙ୍କ ଚରିତ୍ର ପସନ୍ଦ ଆସି ଯାଇଥିଲା ବୋଲି କହିଥିଲେ । କିନ୍ତୁ ସେ ନିର୍ଦ୍ଦେଶକଙ୍କୁ କହିବା ପରେ ମଧ୍ୟ ତାଙ୍କୁ ଅନୁଷ୍କାଙ୍କ ଚରିତ୍ର ମିଳି ନ ଥିଲା ବୋଲି କହିଥିଲେ ।

ସମ୍ବନ୍ଧିତ ଖବର