ଅନେକ ବର୍ଷ ପରେ ପୁଣି ଏକାଠି ହେଲେ ପ୍ରେମୀ ଯୁଗଳ: ମାଧୁରୀ କହିଲେ କିଛି ଅସୁବିଧା ନାହିଁ, ସଞ୍ଜୟ କହିଲେ ଟିକେ ଅସହଜ ଲାଗିବ

ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀଙ୍କ ଅକସ୍ମାତ ବିୟୋଗ ଅନେକ କିଛି ଏପଟ ସେପଟ କରିଦେଇଛି। ଶ୍ରୀଦେବୀଙ୍କ ପରେ ଯଦି କାହାକୁ ତାଙ୍କର ବିକଳ୍ପ ଚରିତ୍ର ଭାବେ ବିବେଚନା କରାଯାଏ ତେବେ ସେ ହେଉଛନ୍ତି ମାଧୁରୀ ଦୀକ୍ଷିତ। ନିର୍ମାତା କରଣ ଜୋହର ଚଳିତବର୍ଷ ଶ୍ରୀଦେବୀଙ୍କୁ ନେଇ ଯେଉଁ ଚଳଚ୍ଚିତ୍ର ସୁଟିଂ କରିବାକୁ ଚାହିଁଥିଲେ ସେହି ଆଶା ତାଙ୍କର ଆଶାରେ ରହିଗଲା। ଯାହାବି ହେଉ ଶ୍ରୀଦେବୀଙ୍କ ସ୍ଥାନ ପୂରା କରିବେ ମାଧୁରୀ।

ମାତ୍ର ଅସୁବିଧା ହେଉଛି ଏହି ଚଳଚ୍ଚିତ୍ରରେ ନାୟକ ଭାବେ ଅଛନ୍ତି ମାଧୁରୀଙ୍କ ପୂର୍ବ ପ୍ରେମିକ ସଞ୍ଜୟ ଦତ୍ତ। କରଣ ଯେତେବଳେ ମାଧୁରୀଙ୍କୁ ସଞ୍ଜୟଙ୍କ ସହ କାମ କରିବାକୁ ପ୍ରସ୍ତାବ ଦେଇଥିଲେ ଧକ୍‌ଧକ୍‌ ଗର୍ଲ କହିିଥିଲେ କି ତାଙ୍କର କୌଣସି ଅସୁବିଧା ନାହିଁ। ସେ ଜଣେ ବିବାହିତା ନାରୀ, ଜଣେ ଜନନୀ। କାହା ସହ ବି କାର୍ଯ୍ୟ କରିବା ତାଙ୍କ ପାଇଁ ସମାନ କଥା।

ମାତ୍ର ମାଧୁରୀଙ୍କ ସହ କାମ କରିବାକୁ ସାମାନ୍ୟ ଅରାଜି ପ୍ରକାଶ କରିଥିଲେ ସଞ୍ଜୟ। ସେ କହିଥିଲେ କି ତାଙ୍କୁ ମାଧୁରୀଙ୍କ ସହ କାମ କରିବାକୁ ଟିକେ ଅସହଜ ମନେ ହେବ। ମାତ୍ର କରଣ ସଞ୍ଜୟଙ୍କ ପାଖରେ ବସି ଦୀର୍ଘ ସମୟ ଧରି କଥା ହେବା ପରେ ଶେଷରେ ସେ ମାଧୁରୀଙ୍କ ସହ କାମ କରିବାକୁ ରାଜି ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗୋଟାଏ ସମୟରେ ସଞ୍ଜୟ ଦତ୍ତ ଏବଂ ମାଧୁରୀଙ୍କ ଭିତରେ ପ୍ରେମ ସଂପର୍କ ରହିଥିଲା। ୧୯୮୩ ମସିହାରେ ବୋମା ବିସ୍ଫୋରଣ ମାମଲାରେ ସଞ୍ଜୟ ଜେଲ୍‌ ଯିବା ପରେ ସେ ଦୁର୍ହେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର