ମଲ୍ଲାଇକାଙ୍କୁ ବିବାହ କରିବା ଖବରକୁ ନେଇ ଅର୍ଜୁନଙ୍କ ବୟାନ; କଥା ଲୁଚାଇବାର କୌଣସି ଆବଶ୍ୟକତା ନାହିଁ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରାଙ୍କ ବିବାହକୁ ନେଇ ଏଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିବା ବେଳେ ବିବାହର ଭିନ୍ନ ଭିନ୍ନ ତାରିଖ ମଧ୍ୟ ସାମ୍ନାକୁ ଆସି ସାରିଛି । ତେବେ ଦୁହେଁ କେବେ ବିବାହ କରିବେ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଅର୍ଜୁନ କପୁର ଏ ନେଇ ନିଜର ବୟାନ ରଖିଛନ୍ତି । ବିବାହକୁ ନେଇ ତାଙ୍କୁ ପ୍ରଶ୍ନ କରାଯିବା ପରେ, ମୋତେ ମିଡିଆର ସମର୍ଥନ ମିଳିଛି ଯେତେବେଳେ, ମୁଁ ସେମାନଙ୍କୁ କିଛି ବି ଲୁଚାଇବି ନାହିଁ । ଠିକ୍‌ ସମୟ ଆସିଲେ ସବୁ କହିବି । ଯେତେବେଳେ ବିବାହ କରିବି, ସେତେବେଳେ କରିବି । ସେ ବିଷୟରେ ମୋତେ କାହାକୁ ଲୁଚାଇବା ଦରକାର ନାହିଁ । ବିବାହ କରିବା ସମୟରେ ସମସ୍ତେ ଜାଣିବେ ବୋଲି କହିଥିଲେ ଅର୍ଜୁନ କପୁର ।

Dailyhunt

ତେବେ ଅର୍ଜୁନଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ଏବେ ନିଜର ଆଗାମୀ ଫିଲ୍ମ ‘ଇଣ୍ଡିଆଜ୍‌ ମୋଷ୍ଟ ଓ୍ଵାଣ୍ଟେଡ୍‌’କୁ ନେଇ ବ୍ୟସ୍ତ ଥିବା ଜଣାପଡ଼ିଛି । ଏହି ଫିଲ୍ମରେ ଅର୍ଜୁନଙ୍କ ସହ ପରିଣୀତି ଚୋପ୍ରା ମଧ୍ୟ ନଜର ଆସିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର