ଏହି  ଭୂମିକାରେ ଆସୁଛନ୍ତି ମନୋଜ ମିଶ୍ର

ଭୁବନେଶ୍ୱର: ନାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମାରେ ଅଭିନୟରେ  ପ୍ରଶିକ୍ଷଣ ପ୍ରାପ୍ତ ଅଭିନେତା ମନୋଜ ମିଶ୍ର ୨୦୦୩ରେ ପ୍ରଯୋଜକ ପ୍ରଦୀପ ଭୋଳଙ୍କ ପ୍ରଯୋଜିତ ‘ସୁନାଶଂଖାଳି’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ତଥା ବଙ୍ଗଳା ଷ୍ଟାର୍‌ ଜିତ୍‌,ସ୍ୱସ୍ତିକା,ବର୍ଷା ପ୍ର୍ରିୟଦର୍ଶିନୀ,ମିହିର ଦାସ ଓ ହର ପଟ୍ଟନାୟକ ପ୍ରମୁଖ ଅଭିନୀତ‘ସୁନାଶଂଖାଳି’ମନୋଜଙ୍କର ପ୍ରଥମ ସିନୋ ମହୋଇଥିଲେ ବି ଦର୍ଶକ ତାଙ୍କୁ ପ୍ରକୃତରେ ଚିହ୍ନିଥିଲେ ଲୋକପ୍ରିୟ ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ସୁନୀଲ କୁମାର ,ଅନୁ ଚୌଧୁରୀ,ଆମେଲି ପ୍ରମୁଖ ଅଭିନୀତ ଫିଲ୍ମ ‘ତୁମକୁ ପାରୁନିତ ଭୁଲି’ରେ।ଏଥିରେ ଖଳନାୟକ ମୁନ୍ନା ଚରିତ୍ର ନିଭାଇ ବେଶ୍‌ ପ୍ରଶଂସା ସାଉଁଟିଥିଲେ ମନୋଜ ମିଶ୍ର।

ଏହପରେ ଆଉ ଓଲିଉଡ଼୍‍ରୁ ନିଜକୁ ଦୂରେଇ ରଖିନଥିବା  ମନୋଜ ଇତିମଧ୍ୟରେ ୩୦ରୁ ଅଧିକ ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି।ଖୁବ୍‌ଶୀଘ୍ର ଦର୍ଶକ ତାଙ୍କୁ ଭେଟିବେ ପୁଣି ଏକ ଖଳନାୟକ ଚରିତ୍ରରେ। ଏଥିରେ ତାଙ୍କୁ ଜଣେ ରାଜନେତା ଭୂମିକାରେ ଦେଖିବାକୁ ମିଳିବ।ଏଠାରେ ଯେଉଁ ଓଡ଼ିଆ ସିନେମାର କଥା କୁହାଯାଉଛି,ତାହା ହେଲା ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ‘ଯୋଗୀ’।ଏଥିରେ ମନୋଜ ମିଶ୍ରଙ୍କୁ ପୁଣି ଥରେ ମିଳିଛି ଏକ ଦମ୍‌ଦାର୍‌ ଭୂମିକା।ସେ ଚଳିତ ବର୍ଷ ମୁକ୍ତିଲାଭ କରିଥିବା  ଓଡ଼ିଆ ଛବି ‘ଗଡ଼୍‍ଫାଦର୍‌’ରେ ବି ଜଣେ ରାଜନେତା ଚରିତ୍ରରେ ନଜର ଆସିଛନ୍ତି। ହେଲେ ଯୋଗୀରେ ତାଙ୍କ ଚରିତ୍ରରେ ଭିନ୍ନତା ରହିଥିବା କୁହାଯାଉଛି।ଏଥିରେ ମହିଳା ରାଜନେତା ଭୂମିକାରେ ଥିବା ଅଭିନେତ୍ରୀ ସ୍ମିତା ମହାନ୍ତିଙ୍କ ସହିତ ମନୋଜ ମିଶ୍ରଙ୍କର ଜବରଦସ୍ତ ଟକ୍‌ରା ଟକରି ରହିଛି,ଯାହା କାହାଣୀକୁ ଏକ ରୋଚକ ମୋଡ଼ ଦେଉଛି।

ସମ୍ବନ୍ଧିତ ଖବର