ବିଗତ ଦିନର ଏହି ନାମୀଦାମୀ ନାୟିକା ପରଦାରେ ସାଜିଛନ୍ତି ଦେହଜୀବୀ

ମୁମ୍ବାଇ: ବଲିଉଡରେ ବହୁ ନାୟିକାଙ୍କୁ ପରଦାରେ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ପୁରୁଣା ଦିନର ନାୟିକାମାନେ ବିଭିନ୍ତ ପ୍ରକାରର ଭୂମିକାରେ ଅଭିନୟ କରିଥିଲେ। ସେଥିମଧ୍ୟରୁ କେତେଜଣ ଦେହଜୀବୀ ଭୂମିକା ବି ନିଭାଇଛନ୍ତି ଫିଲ୍ମରେ । ଆସନ୍ତୁ ନଜର ପକାଇବା କେଉଁ ପୁରୁଣା ନାମୀ ଦାମୀ ନାୟିକା ପରଦାରେ ସାଜିଛନ୍ତି ଦେହଜୀବୀ ।
୧୯୫୭ରେ ମୁକ୍ତିଲାଭ କରିଥିଲା ଗୁରୁଦତ୍ତଙ୍କ ବହୁଚର୍ଚ୍ଚିତ ସିନେମା ‘ପ୍ୟାସା’ । ଏଥିରେ ଲୋକପ୍ରିୟ ନାୟିକା ବହିଦା ରହମାନ୍‌ ନାମକ ଜଣେ ଦେହଜୀବୀ ଭୂମିକା ନିଭାଇଥିଲେ । ଏହି ସିନେମାରେ ଗୁରୁ ଦତ୍ତ ଓ ମାଲା ସିହ୍ନା ବି ଅଭିନୟ କରିଥିଲେ ।

୧୯୭୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ ଅମର ପ୍ରେମ୍‌’ରେ ଶର୍ମିଳା ଟାଗୋର୍‌ ଜଣେ ଦେହଜୀବୀ ଭୂମିକାରେ ନଜର ଆସିଥିଲେ। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ଥିଲା ପୁଷ୍ପା। ଶକ୍ତି ସାମନ୍ତଙ୍କ ନିର୍ଦ୍ଦେଶିତ ଏହି ସୁପରହିଟ୍‌ ଫିଲ୍ମରେ ରାଜେଶ ଖାନ୍ନା ଓ ବିନୋଦ ମେହେରା ଅଭିନୟ କରିଥିଲେ।


୧୯୯୭ରେ ରିଲିଜ ହୋଇଥିବା ଫିଲ୍ମ ‘ଆସ୍ଥା’ ରେ ରେଖା ମାନସୀ ଚରିତ୍ରରେ ଅଭିନୟ କରିଥିଲେ । ସେ ଜଣେ ବିବାହିତା, କିନ୍ତୁ ପରେ ଚାପରେ ଦେହ ବ୍ୟବସାୟକୁ ଆପଣାଇଛନ୍ତି । ଏହି ଫିଲ୍ମରେ ଓମ୍‌ପୁରୀ ଓ ନବିନ ବିଶ୍ଚଲ ମଧ୍ୟ ନଜର ଆସିଥିଲେ ।ଜୀନତ ଅମାନ୍‌ ‘ ମନୋରଂଜନ୍‌’ ଟାଇଟଲରେ ନିର୍ମିତ ଏକ ଫିଲ୍ମରେ ଦେହଜୀବୀ ଭୂମିକାରେ ଅଭିନୟ କରିଥିଲେ ।

ସମ୍ବନ୍ଧିତ ଖବର