ଏହି କାରଣ ପାଇଁ ନିଜର ଫୋନ ବନ୍ଦ କରିବା ସହ ହୋଟେଲ ରୁମ୍‌ରେ ସମୟ କାଟିଲେ ଅଭିନେତ୍ରୀ ପୂଜା ହେଗ୍‌ଡେ

ମୁମ୍ବାଇ : ଚର୍ଚ୍ଚାରେ ହାଉସ୍‌ଫୁଲସ୍‌-୪ ଅଭିନେତ୍ରୀ ପୂଜା ହେଗ୍‌ଡେ । ଆଗରୁ  ଫିଲ୍ମ ପାଇଁ ସେ ଚର୍ଚ୍ଚାରେ ରହିଥିବା ବେଳେ ସେ କରିଥିବା ଅଜବ କାମ ଏବେ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ଅଭିନେତ୍ରୀଜଣକ ଗୋଟେ ଦିନ ନିଜର ଫୋନ ବନ୍ଦ କରିବା ସହ ଏକ ହୋଟେଲକୁ ଯାଇ ସମୟ କାଟିଥିଲେ । ଏଭଳି ତାଙ୍କର ଫୋନ ବନ୍ଦ ହୋଇଯିବା ଦେଖି ସମସ୍ତେ ଚିନ୍ତା କରିବାକୁ ଲାଗିଥିବା ବେଳେ ପରେ ପ୍ରକୃତ କାରଣ ସାମ୍ନାକୁ ଆସିଥିଲା ।

Pooja Hegde
amarujala.com

ସୂଚନା ମୁତାବକ, କାମରୁ ବିରତି ନେଇ ନିଜ ଜନ୍ମଦିନ ପାଳନ କରିବା ପାଇଁ ସେ ଏଭଳି କରିଥିଲେ । ପରିବାର ଲୋକ ଓ ନିଜ ବନ୍ଧୁଙ୍କ ସହ ମୁମ୍ବାଇ ପାଖରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲକୁ ଯାଇ ଜନ୍ମଦିନ ପାଳନ କରିଥିଲେ ପୂଜା । ପରିବାରକୁ ସମୟ ଦେବା ପାଇଁ ସେ ନିଜର ଫୋନ ମଧ୍ୟ ବନ୍ଦ କରି ଦେଇଥିଲେ । ପ୍ରଥମେ ସମସ୍ତେ ଚିନ୍ତାରେ ପଡ଼ିଥିବା ବେଳେ ପରେ ସବୁ ସତ ଜାଣି ଚିନ୍ତାମୁକ୍ତ ହୋଇଥିଲେ ।

ସମ୍ବନ୍ଧିତ ଖବର