ଏହି ହଲିଉଡ୍‌ ଫିଲ୍ମ ଦେଖି ଚୁମ୍ବନ ଦେବା ଶିଖିଥିଲେ ଅଭିନେତା ରାଜକୁମାର ରାଓ

ମୁମ୍ବାଇ : ଅନେକ ସଂଘର୍ଷ କରିବା ପରେ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ଅଭିନେତା ରାଜକୁମାର ରାଓ । ରାଜକୁମାରଙ୍କୁ ଏବେ ଆମୀର ଖାନ୍‌ଙ୍କ ସହ ତୁଳନା କରାଯାଉଥିବା ବେଳେ ତାଙ୍କ ଫିଲ୍ମ ଚୟନ କରିବାର ଦକ୍ଷତାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଓମେର୍‌ତା, ସିଟିଲାଇଟ୍‌ସ,ଶହିଦ୍‌,ଟ୍ରାପ୍‌ଡ଼୍‍ ଏବଂ ଅଲିଗଡ଼ ଭଳି ଫିଲ୍ମ ଦ୍ୱାରା ସେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଥିବା ବଳେ କିିଛି ଦିନ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ସ୍ତ୍ରୀକୁ ମଧ୍ୟ ଦର୍ଶକଙ୍କ ଭଲ ପାଇବା ମିଳିଛି । ଏତେ ସବୁ ମଧ୍ୟରେ ରାଜକୁମାରଏକ ସାକ୍ଷାତକାରରେ ନିଜ ସହ ଜଡ଼ିତ ଅନେକ ରୋଚକ ତଥ୍ୟର ଖୁଲାସା କରିଛନ୍ତି।

The Indian Express

ତାଙ୍କ କହିବା ଅନୁଯାୟୀ,ଫିଲ୍ମ ଟାଇଟାନିକ୍‌ ଦେଖି ସେ ଚୁମ୍ବନ ଦେବା ଶିଖିଥିଲେ । ୨୦ଥର ସେ ଟାଇଟାନିକ୍‌ ଦେଖିଥିବା ବେଳେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ ତାଙ୍କୁ ପ୍ରଥମ ପ୍ରେମ ହୋଇଥିଲା । ତାଙ୍କ ଜୀବନରେ ଅନେକ ଝିଅ ଆସିଥିବା ବେଳେ ସେ ସମସ୍ତଙ୍କୁ ସେ ନିଜ ମା’ଙ୍କ ସହ ଦେଖା କରାଇଥିଲେ । କିନ୍ତୁ ପତ୍ରଲେଖାଙ୍କୁ ମା’ଙ୍କ ସହ ଦେଖା କରାଇବା ପରେ ତାଙ୍କ ମା’ ପତ୍ରଲେଖାଙ୍କୁ ସବୁଦିନ ପାଇଁ ରଖିବା କଥା କହିଥିଲେ । ପତ୍ରଲେଖା ତାଙ୍କର ଜଣେ ଭଲ ବନ୍ଧୁ ହେବା ସହ ଜଣେ ଭଲ ପ୍ରେମିକା ବୋଲି କହିଛନ୍ତି ରାଜକୁମାର ।

ସମ୍ବନ୍ଧିତ ଖବର