ପ୍ରଥମ ସିନେମାପାଇଁ ଟଙ୍କାଟିଏ ବି ପାଇ ନଥିଲେ ରଣବୀର କପୁର , ଜାଣନ୍ତୁ କାହିଁକି

ମୁମ୍ବାଇ: ଅଭିନେତା ରଣବୀର କପୁର ଏବେ ତାଙ୍କର ନୂଆ ଚଳଚ୍ଚିତ୍ର ‘ସଂଜୁ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହାର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଏଥିରେ ରଣବୀରଙ୍କ ଅଭିନୟ ଅନେକଙ୍କୁ ବିସ୍ମିତ କରିଛି। ବହୁ ଲୋକ ରଣବୀର କପୁରଙ୍କ ଅଭିନୟର ପ୍ରଶଂସା କରୁଛନ୍ତି। ‘ସଂଜୁ’ରେ ରଣବୀର କପୁରଙ୍କ ବ୍ୟତୀତ ମନିଷା କୋଇରାଲା, ଭିକି କୌଶଲ,ପରେଶ ରାଓ୍ଵଲ୍‌ , ବୋମନ ଇରାନି, ଅନୁଷ୍କା ଶର୍ମା, ସୋନମ୍‌ କପୁର ଓ ଦିୟା ମୀର୍ଜା ମଧ୍ୟ ଅଭିନୟ କରିଛନ୍ତି।

 

ଏବେ ରଣବୀର କପୁର ଏହି ସିନେମାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ତାଙ୍କୁ ପ୍ରଥମ ସିନେମାଲାଗି ଗୋଟିଏ ଟଙ୍କା ମିଳି ନଥିଲା , ବରଂ ତାଙ୍କୁ ଦେବାକୁ ପଡ଼ିଥିଲା ଅର୍ଥ।ସେ ଆହୁରି କହିଛନ୍ତି ଯେ ପ୍ରଥମ ସିନେମା ‘ସାଓ୍ଵାରିୟା’ରେ କୌଣସି ପାରିଶ୍ରମିକ ମିଳି ନଥିଲେ ବି ତାଙ୍କର ଦୁଃଖ ନାହିଁ। ବରଂ ସେ ଏହାର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କୁ ନିଜର ପ୍ରଥମ ଗୁରୁ ବୋଲି ମାନନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର