ଜାଣନ୍ତୁ କ’ଣ ପାଇଁ ଯୁବକଙ୍କ ଉପରେ ଟ୍ରେନ ଚଢ଼ି ଯାଉଥିବାର ଭିଡିଓ ସେୟାର କଲେ ଋଷି କପୁର

ମୁମ୍ବାଇ : ବଲିଉଡ୍‌ ଅଭିନେତା ଋଷି କପୁର ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଆକ୍ଟିଭ ରହିଥାନ୍ତି । ବେଳେ ବେଳେ ସେ ଏଭଳି କିଛି ଟୁଇଟ୍‌ କରି ଦେଇଥାନ୍ତି, ଯାହା ପରେ ଭାଇରାଲ ହୋଇ ଯାଇଥାଏ । ଏବେ ପୁଣି ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଛନ୍ତି ଅଭିନେତା ଋଷି କପୁର ।

ଗୋଟେ ଭିଡିଓ ସେୟାର କରି, କିଏ କହି ପାରିବ କି, ଏହା କିଭଳି ସମ୍ଭବ? ନାଁ ଏ କେବଳ କ୍ୟାମେରାର ଟ୍ରିକ୍‌ । ଯାହା ବି ହେଉ, ଭିଡିଓଟି ଖୁବ ସୁନ୍ଦର ହୋଇଛି ବୋଲି ଲେଖିଥିଲେ ଋଷି କପୁର । ଭିଡିଓରେ ଦେଖା ଯାଇଛି କି, ଜଣେ ଯୁବକ ରେଳ ଟ୍ରାକ୍‌କୁ ଏକ ଚେୟାର ନେଇ ଆସିବା ସହ ଚେୟାରରେ ବସୁଛନ୍ତି । କିଛି ଲୋକ ଆସି ତାଙ୍କୁ ସବୁଜ ରଙ୍ଗର କପଡ଼ାରେ ଘୋଡ଼ଇ ଦେଉଛନ୍ତି । ଯାହା ପରେ ସାମ୍ନାରୁ ଆସୁଥିବା ଟ୍ରେନଟି ତାଙ୍କ ଉପରେ ଚଢ଼ି ଯାଉଛି । କିନ୍ତୁ ଟ୍ରେନଟି କିଛି ବାଟ ଯିବା ପରେ ଆଗରେ ଅଟକୁଛି । ଯାହା ପରେ ଚେୟାରରେ ବସିଥିବା ଯୁବକଜଣଙ୍କ ଟ୍ରେନ ଭିତରୁ ବାହାରକୁ ଆସୁଛନ୍ତି ।

ସମ୍ବନ୍ଧିତ ଖବର