ସବ୍ୟସାଚୀଙ୍କ ସହ କେବେ ନଜର ଆସିବେ ଝିଲିକ୍‌ ?

0 231

ବଙ୍ଗୀୟ ନାୟିକା ଝିଲିକ୍‌ ନିରଞ୍ଜନ ରଣା ପ୍ରଯୋଜିତ ତଥା ଏସ କେ ମୁରଲୀଧରନ୍‌ ନିର୍ଦେଶିତ ‘ଟାର୍ଗେଟ୍‌’ ଜରିଆରେଓଲିଉଡରେ ଓଲିଉଡରେ ପ୍ରବେଶ କରିଥିଲେ।ଏଥିରେ ତାଙ୍କର ନାୟକ ଥିଲେ ଅମ୍ଳାନ। ତାପରେ ସେ ବାବୁସାନଙ୍କ ସହ ‘ଆଖିରେ ଆଖିରେ’ ରେ ନଜର ଆସିଥିଲେ। ଏହି ଫିଲ୍ମ ସୁପରହିଟ୍‌ ହେବାପରେ ବାବୁସାନ୍‌-ଝିଲିକଙ୍କୁ ଲୋକପ୍ରିୟ ଯୋଡ଼ିର ମାନ୍ୟତା ମିଳିଥିଲା।ଏହି ଯୋଡ଼ିକୁ ଦର୍ଶକ ପୁଣି ‘ଲେଖୁ ଲେଖୁ ଲେଖି ଦେଲି’ , ‘ସୁପର ମିଛୁଆ’ ଏବଂ ‘ଜବରଦସ୍ତ ପ୍ରେମିକ’ ଆଦି ସିନେମାରେ ବି ପସନ୍ଦ କରିଥିଲେ।

ଏହା ଅବଶ୍ୟ ଭିନ୍ନ କଥା ଯେ ଝିଲିକ ଅନୁଭବଙ୍କ ସହିତ ‘ଜଗା ହାତରେ ପଘା’,‘ଅଗସ୍ତ୍ୟ’ ଏବଂ ‘ବେବି’, ଅରିନ୍ଦମଙ୍କ ବିପକ୍ଷରେ ‘ଲଭ୍‌ ୟୁ ହମେଶା’ରେ ଅଭିନୟ କରିଛନ୍ତି।ସମ୍ବିତଙ୍କ ସହ ବି ଝିଲିକ୍‌ ‘ତୁମକୁ ଦେଖିଲାପରେ’ରେ ଦେଖିବାକୁ ପାଇଛନ୍ତି ଦର୍ଶକ ।ତେବେ ଏହି ଅନ୍ୟ ଯୋଡ଼ିକୁ ବାବୁସାନ୍‌-ଝିଲିକ ଯୋଡ଼ି ଭଳି ସଫଳତା ମିଳି ନାହିଁ।  ନାୟକ ଜ୍ୟୋତିଙ୍କ ସହ  ଫିଲ୍ମରେ କାମ କରିଛନ୍ତି। ତେବେ ସେ ଏଯାବତ୍ ଓଲିଉଡର ଅନ ନାମକରା ନାୟକ ସବ୍ୟସାଚୀ,ଆକାଶ,ବୁଦ୍ଧାଦିତ୍ୟ,ଅଭିଷେକ ଏବଂ ଦୀପକ ପ୍ରମୁଖଙ୍କ ସହ ନାୟିକାଭାବେ କାମ କରୁଛନ୍ତି ତାହା ଦେଖିବାକୁ ବାକି ଅଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.