ଭିନ୍ନକ୍ଷମ ଯୁବକ ଭୂମିକାରେ ଓଲିଉଡର ସୋବର ବୟ ସବ୍ୟସାଚୀ

ଭୁବନେଶ୍ୱର: ଆମର ମ୍ୟୁଜିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରଥମ ଓଡ଼ିଆ ସିନେମା ‘ମାଲ୍‌ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ୨୦ ଜଣ ପ୍ରତିଭାବାନ୍‌ ଭିନ୍ନକ୍ଷମ କଳାକାରଙ୍କୁ ନିଆଯାଉଥିବା ଜଣାଯାଇଛି। ଏଭଳି ଘଟଣା ପ୍ରଥମ ଥରଲାଗି ଘଟିବାକୁ ଯାଉଛି ଓଲିଉଡରେ। ଏହାର କାରଣ ହେଲା ଫିଲ୍ମର ଭିନ୍ନକ୍ଷମମାନଙ୍କର ଆବଶ୍ୟକତା ରହିଛି। ଏହି ସିନେମାରେ ନିଜେ ଓଲିଉଡର ସୋବର ବୟ ସବ୍ୟସାଚୀ ବି ଜଣେ ଭିନ୍ନକ୍ଷମ ଯୁବକ ଭୂମିକାରେ ଅଛନ୍ତି।ସବୁଠୁ ବଡ଼ କଥା ହେଲା ଏହି ସିନେମାରେ ସବ୍ୟସାଚୀଙ୍କ ବିପକ୍ଷରେ ପୁଣି ନାୟିକା ଭାବେ ଅଭିନୟ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଏଲିନା।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ରମେଶ ରାଉତଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ସିନେମା ‘ଲଭ୍‌ ଏକ୍ସପ୍ରେସ୍‌’ଏବେ ରିଲିଜ୍‌ ଅପେକ୍ଷାରେ ରହିଛି। ଏହି ଓଡ଼ିଆ ସିନେମାର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ ଓ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର୍‌।ଏହି ସିନେମାର ସୁଟିଂ ଖୁବ୍‌ ଶ୍ରଘ୍ର ଆରମ୍ଭ ହେବ। ମିଳିଥିବା ସୂଚନା ଅନୁଯାୟୀ ଏହା ଭିତରେ ଭିନ୍ନକ୍ଷମ କଳାକାରଙ୍କୁ ଠାବ କରିସାରଲାଣି ପ୍ରଯୋଜନା ସଂସ୍ଥା।

ସମ୍ବନ୍ଧିତ ଖବର