ଭାଇଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ମନା କଲେ ସଲମାନ, ପରିବାର ବିରୋଧରେ ଯାଇ ବିବାହ କରି ପାରନ୍ତି ଅର୍‌ବାଜ୍‌

0 1,556

ମୁମ୍ବାଇ: ଦୀପିକା-ରଣବୀରଙ୍କ ପରେ ଏବେ ଆଉ ଜଣେ ବଲିଉଡ୍‌ କଳାକାରଙ୍କ ବିବାହ ଖବର ସାମ୍ନାକୁ ଆସିଛି । ପ୍ରଥମ ପତ୍ନୀଙ୍କୁଠାରୁ ଛାଡ଼ପତ୍ର ନେବା ପରେ ଏବେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଭାଇ ଅର୍‌ବାଜ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଥିବା ଜଣା ପଡ଼ିଛି । କିଛି ଦିନ ହେବ ଅର୍‌ବାଜ ଜଣେ ବିଦେଶୀ ସୁନ୍ଦରୀ ଜର୍ଜିଆଙ୍କ ସହ ପ୍ରେମ ସଂପର୍କ ରଖି ଆସୁଥିବା ବେଳେ ଏବେ ତାଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏହି ବିବାହ ପାଇଁ ଖାନ୍‌ ପରିବାର ତରଫରୁ ଅନୁମତି ମିଳି ନଥିବା ଜଣା ପଡ଼ିଛି । ସବୁ ପରେ ବି ଅର୍‌ବାଜ ପରିବାର ବିରୋଧରେ ଯାଇ ବିବାହ କରିବେ ବୋଲି ବିଶେଷ ସୁତ୍ରରୁ ଜଣା ପଡ଼ିଛି ।

Panda Mobile only
News Nation

ସୂଚନା ମୁତାବକ, ଅର୍‌ବାଜ ସଲମାନଙ୍କ ଭାଇ ହୋଇଥିବାରୁ ମଲ୍ଲାଇକା ତାଙ୍କୁ ବିବାହ କରିଥିଲେ । କିନ୍ତୁ ଅର୍‌ବାଜ ନିଜର ପରିଚୟ ସୃଷ୍ଟି କରିବା ପରିବର୍ତ୍ତେ ସବୁ କଥାରେ ସଲମାନଙ୍କ ଉପରେ ନିର୍ଭର କରୁଥିବାରୁ ମଲ୍ଲାଇକା ଛାଡ଼ପତ୍ର ନେବା ପାଇଁ ନିଷ୍ପତ୍ତିି ନେଇଥିଲେ । ଏବେ ପୁଣି କିଛି ନ କରି ସେ ଜର୍ଜିଆଙ୍କୁ ବିବାହ କଥା କହୁଥିବାରୁ ସଲମାନ ଏବଂ ତାଙ୍କ ପରିବାର ଲୋକେ ବିବାହ ପାଇଁ ରାଜି ହେଉ ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.