ସାଇକେଲ ଚଲାଇ ସେଟ୍ରେ ପହଞ୍ଚିଲେ ସଲମାନ୍, ଏମିତି ପ୍ରସ୍ତୁତି ହୋଇଥିଲା କି ରାସ୍ତାରେ କେହି ଚିହ୍ନ ପାରିଲେ ନାହିଁ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ଙ୍କ ଗୋଟିଏ ଝଲକ ପାଇବା ପାଇଁ ତାଙ୍କ ପ୍ରଶଂସକଙ୍କ ଲମ୍ବା ଧାଡ଼ି ଲାଗିଥାଏ। ନିକଟରେ ସେ ସାଇକେଲ ଚଳାଇ ସେଟ୍ରେ ପହଞ୍ଚି ଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଆଉ ଆଶ୍ଚର୍ଯ୍ୟର କଥା ହେଉଛି ସାଇକେଲ ଚଲାଇ ରାସ୍ତାରେ ଆସୁଥିବା ବେଳେ ସଲମାନ୍ଙ୍କୁ କେହି ବି ଚିହ୍ନି ପାରି ନ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବକ୍ସ ଅଫିସ୍ରେ ସିନେମା ‘ଦବଙ୍ଗ-୩’ର ସଫଳତା ପରେ ନୂଆ ଅତିଥି ଭାଣିଜୀ ଅୟାତ ଶର୍ମାଙ୍କୁ ନେଇ ବ୍ୟସ୍ତ ଥିବା ସଲମାନ୍ ଏକ କିଛିଦିନ ହେବ ନିଜ କାମକୁ ପୁଣି ଫେରିଛନ୍ତି। ସଲମାନ୍ ତାଙ୍କର ନୂଆ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ୍ ଭାଇ’ର ସୁଟିଂ ଆରମ୍ଭ କରିଛନ୍ତି।
ସଲମାନ ମୁମ୍ବାଇର ବାନ୍ଦ୍ରାରେ ରହୁଥିବା ବେଳେ ତାଙ୍କ ସୁଟିଂ ସେଟ୍ ମହାଲକ୍ଷ୍ମୀରେ ଅବସ୍ଥିତ। ଦୁଇଟି ସ୍ଥାନର ଦୂରତା ଅଧିକ ଥିଲେ ମଧ୍ୟ ସଲମାନ ନିଜ କାରକୁ ଛାଡ଼ିି ସାଇକେଲରେ ସୁଟିଂ ସେଟ୍ରେ ପହଞ୍ଚିଛନ୍ତି। ଆଉ ତାଙ୍କ ପଛେ ପଛେ ସିକ୍ୟୁରିଟି କାର୍ରେ ଯାଉଥିଲେ । ସଲମାନ ରାସ୍ତାରେ କ୍ୟାପ୍ ପିନ୍ଧି ଯାଉଥିବା ବେଳେ କେହି ତାଙ୍କୁ ଚିହ୍ନି ପାରି ନ ଥିଲେ। ତେବେ ସଲମାନଙ୍କ ସାଇକେଲ ଚଳାଇବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Salman Khan Yesterday 😍❤️ #salmankhan #radhe pic.twitter.com/j9hiM3HKl7
— MySalmanKhan.IG (@Being_Aman_) January 13, 2020
ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ବି ସଲମାନ୍ ଅନେକ ସମୟରେ ନିଜର ବିଳାସପୂର୍ଣ୍ଣ ଓ ଦାମିକିଆ କାରକୁ ଛାଡ଼ି ସାଇକେଲ୍ ଚଲାଉ ଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ସମୟସମୟରେ ସୁଟିଂ ସେଟରୁ ଯଦି ଟିକେ ଫୁରସତ ମିଳେ ସେ ସାଇକେଲ ଚଲାଇଥାନ୍ତି । ଆଉ ଏହି ଦୃଶ୍ୟ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ଼ ଜମିଥାଏ।