ଦୁଇ ଜଣଙ୍କ ଉପରେ ରାଗିଛନ୍ତି ସଂଜୁବାବା , ଜାଣନ୍ତୁ ସେମାନେ କିଏ ,କାହିଁକି ଏଭଳି ହୋଇଛି ?

ମୁମ୍ବାଇ: ୨୦୧୬ରେ ଜେଲରୁ ଫେରିବା ପରେସଂଜୟ ଦତ୍ତଙ୍କୁ ବଲିଉଡରେ ଭଲ ରେସପନସ୍‌ ମିଳିଲା। ତାଙ୍କୁ ନୂଆ ଅଫର୍‌ ମିଳିଲା। ତେବେ ଖରାପ କଥା ହେଉଛି ଯେଉଁ ଦୁଇଟି ହିନ୍ଦୀ ସିନେମାରେ କାମ କରିଥିଲେ, ତାହା ଫ୍ଲପ୍‌ ହୋଇଛି। ଏହି ଫିଲ୍ମ ହେଲା ‘ଭୂମି’ ଏବଂ ‘ସାହେବ ବିବି ଔର ର‍୍ୟାଙ୍ଗଷ୍ଟାର୍‌ -୩’। ଏଥିମଧ୍ୟରୁ ‘ଭୂମି’ର ନିର୍ଦ୍ଦେଶକ ଥିଲେ ଓମଙ୍ଗ କୁମାର ଓ ‘ସାହେବ ବିବି ଔର୍‌ ଗ୍ୟାଙ୍ଗଷ୍ଟାର୍‌ -୩’ ର ନିର୍ଦ୍ଦେଶନା ଦେଇଥିଲେ ତିଗ୍‌ମାଂଶୁ ଧୂଲିଆ। ଦୁହେଁ ବେଶ୍‌ ସଫଳ ନିର୍ଦ୍ଦେଶକ। ହେଲେ ସେ ଦୁହେଁ ସଂଜୟ ଦତ୍ତଙ୍କୁ ନେଇ ହିଟ୍‌ ଫିଲ୍ମ ତିଆରି କରି ପାରିନାହାନ୍ତି।


ସଂଜୟ ଦତ୍ତ ଆଉ ଓମଙ୍ଗ କୁମାର ବା ତିଗ୍‌ମାଂଶୁଙ୍କ ସହିତ କାମ ନ କରିବାର ନିଷ୍ପତ୍ତି ନେଇଛନ୍ତି। ‘ଭୂମି’ ପରେ ଓମଙ୍ଗ କୁମାର ‘ମହାରାଜା’ ଟାଇଟଲ୍‌ରେ ଏକ ହିନ୍ଦୀ ସିନେମାର ନିର୍ମାଣ କରିବାକୁ ବାହାରିଥିଲେ, ଯେଉଁଥିରେ ସଂଜୟ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥାନ୍ତେ। ଏହି ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍‌ କରାଯାଇଥିଲା। ଏହା ଏକ ପିରିଅଡ୍‌ ଫିଲ୍ମ ଥିଲା, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାମନଗରର ମହାରାଜଙ୍କ ଉପରେ ଆଧାରିତ। ହେଲେ ‘ଭୂମି’ ଫ୍ଲପ୍‌ ହେବା ପରେ ସଂଜୁବାବା ଆଉ ‘ମହାରାଜା’ରେ କାମ କରିବେ ନାହିଁ ବୋଲି ଜଣାଯାଇଛି।


ତେଣେ ନିର୍ଦ୍ଦେଶକ ତିଗ୍‌ମାଂଶୁ ଧୂଲିଆଙ୍କ ସହିତ କାମ କରି ସଂଜୟ ଦତ୍ତ ଖୁବ୍‌ ଖୁସି ଥିଲେ। ହେଲେ ‘ସାହେବ ବିବି ଔର ଗ୍ୟାଙ୍ଗଷ୍ଟାର-୩’ର ପୋଷ୍ଟ ପ୍ରଡକ୍ସନ ସମୟରେ ଫିଲ୍ମକୁ ନେଇ ସନ୍ତୁଷ୍ଟ ନ ଥିଲେ ସଂଜୁବାବା। ଏହାପରେ ତିଗ୍‌ମାଂଶୁ ଅନ୍ୟ ଏକ ଫିଲ୍ମରେ ସଂଜୟ ଦତ୍ତଙ୍କୁ ନେବାକୁ ଚାହୁଁଥିଲେ, ହେଲେ ସଂଜୁବାବା ରୋକଠୋକ୍‌ ଭାବେ ମନା କରିଦେଇଥିବା ଜଣାଯାଇଛି। ଏଦୁଇ ନିର୍ଦ୍ଦେଶକଙ୍କ ଉପରେ ରାଗିଛନ୍ତି ସଂଜୟ ଦତ୍ତ । କାରଣ ଏଦୁହେଁ ତାଙ୍କର କ୍ୟାରିଅରକୁ ବରବାଦ କରିବା ଭଳି କାମ କରିଛନ୍ତି। ଏଥିଲାଗି ସଂଜୟ ଦତ୍ତ ଏବେ ନିଷ୍ପତ୍ତି ନେଇଛନ୍ତି ଯେ ସେ ଏବେ କେବଳ ଯୁବ ନିର୍ଦ୍ଦେଶକଙ୍କ ସହିତ କାମ କରିବେ।

ସମ୍ବନ୍ଧିତ ଖବର