ଏହି କାରଣରୁ ସ୍ୱାମୀ ଆମିର୍‌ ଅଲ୍ଲୀଙ୍କ ସହ ଧାରାବାହିକରେ କାମ କରନ୍ତି ନାହିଁ ସଞ୍ଜିଦା ଶେଖ୍‌

ମୁମ୍ବାଇ: ଧାରାବାହିକରେ ଦେଖା ତା’ ପରେ ପ୍ରେମ ଏବଂ ପରେ ବିବାହ । ଏହି ଭଳି ଭାବରେ ଆରମ୍ଭ ହୋଇଥିଲା ଆମିର୍‌ ଅଲ୍ଲୀ ଏବଂ ସଞ୍ଜିଦା ଶେଖ୍‌ଙ୍କ ପ୍ରେମ କାହାଣୀ । ଦୁଇ ଜଣଙ୍କ ମଧ୍ୟରେ ଥିବା ଭଲ ପାଇବା ଏବଂ କେମେଷ୍ଟ୍ରିକୁ ଲୋକେ ଖୁବ୍‌ ପସନ୍ଦ କରୁଥିଲେ ମଧ୍ୟ ଦୁଇ ଜଣ ବିବାହ ପରଠାରୁ କେବେ ହେଲେ ଏକା ସାଙ୍ଗରେ ସ୍କ୍ରିନ ସେୟାର କରି ନାହାନ୍ତି । ଦର୍ଶକଙ୍କ ଡ଼ିମାଣ୍ଡ ସତ୍ତ୍ୱେ ଦୁଇ ଜଣ କେବେ ହେଲେ ଧାରାବାହିକରେ କାମ କରିବାରେ ଦେଖିବାକୁ ମିଳିନାହିଁ । ଏ ନେଇ ଅନେକ ପ୍ରଶ୍ନ ସେମାନଙ୍କ ପ୍ରଶଂସକଙ୍କ ମନରେ ଉଠୁଥିବା ବେଳେ ଏହାର ଉତ୍ତର ଏକ ଭିନ୍ନ ଉପାୟରେ ଦେଇଛନ୍ତି ଅଭିନେତ୍ରୀ ସଞ୍ଜିଦା ଶେଖ୍‌ ।

India Today

ତାଙ୍କ କହିବା ଅନୁଯାୟୀ, ମୁଁ ଆମିର୍‌ଙ୍କ ସହ କାମ କରେ ନାହିଁ; କାରଣ ତାଙ୍କ ସହ ଧାରାବାହିକ କଲେ ତାଙ୍କୁ ମନେ ପକାଇବାର ମଜା ଆଉ ରହିବ ନାହିଁ । ପୂରା ଦିନ କାମ କରି ଘରକୁ ଫେରିବା ପରେ ଆମିର୍‌ଙ୍କୁ ଦେଖିବାର ଯେଉଁ ଖୁସି ମିଳେ ସେ ଖୁସି ତାଙ୍କ ସହ ୨୪ ଘଣ୍ଟା ରହିବାରେ ମିଳିବ ନାହିଁ । କିନ୍ତୁ ତାଙ୍କ ସହ ମ୍ୟୁଜିକ୍‌ ଭିଡ଼ିଓ କରିବାରେ ମୋତେ ବହୁତ ଖୁସି ମିଳିଥାଏ । ସେହି କିଛି ସମୟର ସୁଟିଂ ମଧ୍ୟରେ ଆମ ଦୁଇ ଜଣଙ୍କ ମଧ୍ୟରେ ଥିବା ଭଲ ପାଇବା ପରଦା ଉପରେ ନଜର ଆସିଥାଏ । ପ୍ରଥମେ ଆମର ବସ୍‌ ଏକ୍‌ ବାର୍‌ ବୋଲି ଏକ ମ୍ୟୁଜିକ୍‌ ଭିଡ଼ିଓ ଆସିଥିଲା । ଯାହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । ଏବେ ପୁଣି ଥରେ ସେମାନଙ୍କ ପାଇଁ ଆମେ ଦୁଇ ଜଣ ଆଉ ଏକ ମ୍ୟୁଜିକ୍‌ ଭିଡ଼ିଓ ଅଜ୍‌ନବିରେ ସାଥିରେ ନଜର ଆସିବାକୁ ଯାଉଛୁ । ଆଶା କରୁଛୁ ତାହା ସମସ୍ତଙ୍କୁ ପସନ୍ଦ ଆସିବ ।

ସମ୍ବନ୍ଧିତ ଖବର