‘ସଂଜୁ’ରେ କିଏ କେଉଁ ଭୂମିକାରେ ଦେଖା ଦେବେ ?

ମୁମ୍ବାଇ: ବଲିଉଡ଼୍‍ର ସଂଜୁ ବାବା ଓରଫ ସଂଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ସଂଜୁ’ ନିର୍ମାଣ ହେବା ଦିନରୁ ଚର୍ଚ୍ଚାରେ ରହିଛି। ଏଥିରେ ଟାଇଟଲ୍‌ ରୋଲ୍‌ରେ ଆସୁଛନ୍ତି ରଣବୀର କପୁର। ହେଲେ ଏହି ସିନେମାରେ କେବଳ ରଣବୀର କପୁରଙ୍କର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ତା’ ନୁହେଁ ବରଂ ଏଥିରେ ଆହୁରି କେତେକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ବି ଅଛି । ସେହି ଭୂମିକାରେ ବଲିଉଡର ଜଣାଶୁଣା କଳାକାମାନେ ବି ଅଭିନୟ କରିଛନ୍ତି। ସଂଜୟ ଦତ୍ତଙ୍କ ବ୍ୟକ୍ତିଗତ ଜୀବନରେ ଏହି ଚରିତ୍ରମାନଙ୍କର ଭୂମିକାକୁ ବି ପ୍ରାଧାନ୍ୟ ଦେଇଛନ୍ତି ନିର୍ଦ୍ଦେଶକ ।ରାଜ କୁମାର ହିରାନୀଙ୍କ ନିର୍ଦ୍ଦେଶିତ ‘ସଂଜୁ’ରେ ସଂଜୟଙ୍କ ପିତା ସୁନୀଲ ଦତ୍ତଙ୍କ ଭୂମିକାରେ ଆସେବି ଭର୍ସାଟାଇଲ୍‌ ଆକ୍ଟର ପରେଶ ରାଓ୍ଵଲ୍‌। ସେ ବି ଏଥିରେ ସୁନୀଲ ଦତ୍ତଙ୍କ ଷ୍ଟାଇଲ୍‌ କୁ ଫଲୋ କରିଛନ୍ତି।
‘ସଂଜୁ’ରେ ସଜୟ ଦତ୍ତଙ୍କ ମାଆ ନରଗୀସ ଦତ୍ତ ଭୂମିକାରେ ଦେଖିବାକୁ ମିଳିବ ନବେ ଦଶକର ହିଟ୍‌ ନାୟିକା ମନିଷା କୋଇରାଲାଙ୍କୁ।
ଏହି ଫିଲ୍ମରେ ସଂଜୟଙ୍କ ପତ୍ନୀ ମାନ୍ୟତା ଦତ୍ତ ଭୂମିକାରେ ଅଭିନୟ କରିଛନ୍ତି ଜଣାଶୁଣା ଅଭିନେତ୍ରୀ ଦୀୟା ମିର୍ଜା। ମାନ୍ୟତା ହେଉଛନ୍ତି ସଂଜୟଙ୍କର ତୃତୀୟ ପତ୍ନୀ।

ସଂଜୟ ଦତ୍ତଙ୍କର ଅନେକ ସାଙ୍ଗ ଅଛନ୍ତି। ହେଲେ ସେଥିମଧ୍ୟରୁ ଯିଏ ସବୁଠାରୁ ଖାସ୍‌,ସେଭଳି ଏକ ଭୂମିକାରେ ଦେଖିବାକୁ ମିଳିବ ଭିକି କୌଶଲଙ୍କୁ।
‘ସଂଜୁ’ର ଷ୍ଟାର୍‌କାଷ୍ଟ୍‍ରେ ବଲିଉଡ଼୍‍ର ଟପ୍‌ ହିରୋଇନ୍‌ ଅନୁଷ୍କା ଶର୍ମା ବି ଅଛନ୍ତି। ହେଲେ ସେ କେଉଁ ଭୂମିକା ନିଭାଇଛନ୍ତି,ତାହା ଏବେ ଜଣାପଡ଼ିଛି। ଏଥିରେ ଅନୁଷ୍କା ଶର୍ମା ଜଣେ ସମ୍ବାଦିକା ଭୂମିକାରେ ନଜର ଆସିବେ।

photo-indian express

‘ସଂଜୁ’ରେ ସାଓ୍ଵରିୟା ଗର୍ଲ ସୋନମ୍‌ କପୁର ବି ନଜର ଆସିବେ।ସେ ଏଥିରେ ମାଧୁରୀ ଦୀକ୍ଷିତଙ୍କ ଭୂମିକାରେ ଦେଖା ଦେବେ ବୋଲି ଚର୍ଚ୍ଚା ହେଉଛି। ମାଧୁରୀ ସଂଜୟଙ୍କର ପୂର୍ବତନ ପ୍ରେମିକା।‘ସାଜନ୍‌’ ଫିଲ୍ମ ପରେ ସଂଜୁବାବା ଓ ମାଧୁରୀଙ୍କ ଆଫେଆର୍‌ କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

ସମ୍ବନ୍ଧିତ ଖବର