ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’ର ଟ୍ରେଲର ରିଲିଜ୍‌ ହେଲା

ନୂଆଦିଲ୍ଲୀ : ବଲିଉଡର ମୁନ୍ନା ଭାଇ ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ସଞ୍ଜୁ’ର ଟ୍ରେଲର ରିଲିଜ ହୋଇଛି। ୧.୨୫ ମିନିଟ ବିଶିଷ୍ଟ ଏହି ଟ୍ରେଲରରେ ସଞ୍ଜୟ ଦତ୍ତଙ୍କ ଜୀବନର ସମସ୍ତ ଦିଗକୁ ଜୀବନ୍ତ ଶୈଳୀରେ ଉପସ୍ଥାପନ କରିଛନ୍ତି ରଣବୀର କପୁର । ଟିଜର ଦେଖିବା ପରେ କିଛି କ୍ଷଣ ପାଇଁ ଆପଣ ମଧ୍ୟ ନିଜ ଆଖି ଉପରେ ବିଶ୍ୱାସ କରିପାରିବେ ନାହିଁ । କାରଣ ରଣବୀର ଅବିକଳ ସଂଞ୍ଜୟ ଦତ୍ତଙ୍କ ଭଳି ଦେଖାଯାଉଛନ୍ତି । ଟ୍ରେଲରଟି ଏତେ ଅକର୍ଷଣୀୟ ହୋଇଛି କି ରିଲିଜର କିଛି ସମୟ ମଧ୍ୟରେ ଏହା ୟୁଟ୍ୟୁବରେ ଭାଇରାଲ ହୋଇଯାଇଛି।

ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇ ୟୁଟ୍ୟୁବରେ ଫକ୍ସ ଷ୍ଟାର ହିନ୍ଦୀ ‘ସଞ୍ଜୁ’ ଚଳଚ୍ଚିତ୍ରର ଟିଜର ରିଲିଜ କରିଛି। ଟିଜର ଆରମ୍ଭରେ ପୁଣେ ୟେରଓ୍ଵାଡା ଜେଲରୁ ରଣବୀର ବାହାରିବା ସହ ସଞ୍ଜୟଙ୍କ ଜୀବନର ମୁଖ୍ୟ ଘଟଣା ବିଷୟରେ ଉଲ୍ଲେଖ କରୁଛନ୍ତି । ଏଥିରେ ସଞ୍ଜୟଙ୍କ ଡ଼୍ରଗ୍ସ ସେବନ ଠାରୁ ଆରମ୍ଭ କରି ଏକେ –୪୭ ରଖିବା ପର୍ଯ୍ୟନ୍ତ ସମସ୍ତ ବିଷୟରେ ଉଲ୍ଲେଖ କରିଛନ୍ତି ରଣବୀର । ‘ସଞ୍ଜୁ’ର ଟିଜର ଦେଖି ଜଣାପଡୁଛି କି ଚଳଚ୍ଚିତ୍ରଟିରେ ସଞ୍ଜୟ ଦତ୍ତଙ୍କ ଜୀବନ ସହ ଜଡ଼ିତ ସମସ୍ତ ବିଶେଷ ମୁହୂର୍ତ୍ତର ବର୍ଣ୍ଣନା କରାଯାଇଛି। ଟିଜରରେ କେବଳ ରଣବୀର ହିଁ ଦେଖାଯାଇଛନ୍ତି । ତେବେ ଚଳଚ୍ଚିତ୍ରରେ ଅନ୍ୟ ମୁଖ୍ୟ କଳାକାର ଭାବେ ତମନ୍ନା , ସୋନମ କପୁର ,ଦିଆ ମିର୍ଜା ଏବଂ ମନୀଷା କୋଇରାଲା ଆଦି ନଜର ଆସିବେ।

ସମ୍ବନ୍ଧିତ ଖବର