ଓଡ଼ିଶା ସହ ଥିଲା ସଞ୍ଜୁଙ୍କ ଗଭୀର ସମ୍ପର୍କ : ଜେଲରୁ ମୁକୁଳିବା ଲାଗି ବାପା ସୁନୀଲ୍ କରିଥିଲେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା

ପୁରୀ : ସଂଜୟ ଦତ୍ତଙ୍କ ବାୟୋପିକ୍ ‘ସଞ୍ଜୁ’ ଏବେ ପ୍ରଦର୍ଶିତ ହେଉଛି। ପ୍ରଥମ ଦିନରୁ ଏହାକୁ ଦର୍ଶକ ପସନ୍ଦ କରିବା ଆରମ୍ଭ କରିଛନ୍ତି। ସଂଜୟ ଦତ୍ତଙ୍କ ଜୀବନର ବିଭିନ୍ନ ଘଟଣା ଏବେ ଚର୍ଚ୍ଚାର ପରିଧିରେ ରହିଛି। ତେବେ ଓଡ଼ିଶା ସହ ମଧ୍ୟ ସଞ୍ଜୟ ବ୍ୟକ୍ତିଗତ ଜୀବନରେ ଲିଙ୍କ ରହିଛି। ୯୦ ଦଶକର ଏହି ଘଟଣା ଏବେ ସଂଜୟଙ୍କ ବାୟୋପିକ୍ ଫିଲ୍ମ ରିଲିଜ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛି । ସେତେବେଳେ ମୁମ୍ବାଇ ବିସ୍ଫୋରଣ ମାମଲାରେ ଗିରଫ ହୋଇ ସଞ୍ଚୟ ଦତ୍ତ ଜେଲରେ ଥିଲେ । ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ସଞ୍ଜୟ ଦତ୍ତଙ୍କୁ ଜେଲଦଣ୍ଡ ହୋଇଥିଲା । ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଗିରଫ ହୋଇଥିଲେ ସଞ୍ଜୁ ବାବା ଆଉ ପୁଅ ପାଇଁ ଜଗନ୍ନାଥ ମନ୍ଦିରେ ପୂଜାର୍ଚ୍ଚନା କରିଥିଲେ ବାପା ସୁନୀଲ ଦତ୍ତ ।

ସୂଚନାଯୋଗ୍ୟ, ସଞ୍ଜୟଙ୍କ ଜାମିନ ପାଇଁ ପୁରୀ ଶ୍ରୀମନ୍ଦିରର ବିମଳା ମନ୍ଦିରରେ ଚଣ୍ଡିପାଠ କରାଇଥିଲେ ତାଙ୍କ ପିତା ସୁନୀଲ ଦତ୍ତ । ୧୯୯୬ ମସିହାରେ ଓଡିଶା ଆସିଥିଲେ । ପୁରୀ ମେ ଫେୟାରରେ ରହି ମାଆ ବିମଳା ମନ୍ଦିରରେ ବୈଦିକ ବ୍ରାହ୍ମଣଙ୍କ ଜରିଆରେ ଚଣ୍ଡିପାଠ କରାଇଥିଲେ । ଉଦ୍ଦେଶ୍ୟ ଥିଲା ପୁଅ ସଂଜୟଙ୍କ ଜେଲରୁ ବାହାର କରିବା । ଶ୍ରୀମନ୍ଦିରର ବିମଳା ମନ୍ଦିରରେ ସଂଜୟଙ୍କ ବେଲ ପାଇଁ ଚଣ୍ଡିପାଠ ଓ ବିଷ୍ଣୁ ସହସ୍ରନାମ ଜପ କରାଇଥିଲେ । ଏହି ପୂଜାବିଧି ଶେଷ ହେବା ପରେ ଜେଲରୁ ଜାମିନ ପାଇ ବାହାରିଥିଲେ ସଞ୍ଜୁ ବାବା । ଜେଲରୁ ବାହାରିବା ପରେ ପୁଣି ପୁରୀ ଆସି ସେବାୟତଙ୍କୁ ଭେଟିଥିଲେ ବଲିଉଡ ଆକ୍ଟର ସୁନୀଲ୍ ଦତ୍ତ ।

ସମ୍ବନ୍ଧିତ ଖବର