କେମିତି ପାଳିଥିଲେ ଶାହରୁଖ୍‌ ଓ ସଲ୍‌ମାନ୍‌ ଗତବର୍ଷ ଇଦ୍‌

ଶାହରୁଖ୍ ଓ ସଲ୍‌ମାନ ଗତବର୍ଷ କିଭଳି ଇଦ୍‌ ପାଳିଥିଲେ, ତା’ର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଗତବର୍ଷ ଶାହରୁଖ୍‌ ତାଙ୍କ କୁନି ପୁଅ ଅବ୍‌ରମ୍‌ ସହ ବାହାରକୁ ଆସି ତାଙ୍କ ବାସଭବନ ‘ମନ୍ନତ’ ସମ୍ମୁଖରେ ଲାଗିଥିବା ପ୍ରଶଂସକଙ୍କ ଭିଡ଼କୁ ଇଦ୍‌ ମୁବାରକ୍‌ ଜଣାଇଥିଲେ। ସେହିଭଳି ସଲମାନ୍‌ ମଧ୍ୟ ନିଜ ବାପାଙ୍କ ସହ ଆସି ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରତିବର୍ଷ ଇଦ୍‌ରେ ସଲ୍‌ମାନ୍‌ ନିଜ ପ୍ରଶଂସକଙ୍କୁ ଏକ ଚଳଚ୍ଚିତ୍ର ଭେଟି ଦେଉଥିବା ବେଳେ ଚଳିତବର୍ଷ ତାଙ୍କ ଚଳଚ୍ଚିତ୍ର ‘ରାଧେ’ର ମୁକ୍ତିଲାଭ କରୋନା ପାଇଁ ସ୍ଥଗିତ କରାଯାଇଛି। କିନ୍ତୁ ‘ରାଧେ’ ଚଳଚ୍ଚିତ୍ରର ଗୀତ ଇଦ୍‌ରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର