ପୁଣି ଥରେ ବାପା ହେବେ ଶାହିଦ୍‌: ମୀରା ରାଜ୍‌ପୁତ୍‌ ଦ୍ୱିତୀୟ ଥର ଗର୍ଭବତୀ ଥିବା ନେଇ ଚର୍ଚ୍ଚା

0 660

ମୁମ୍ବାଇ : ପୁଣି ଥରେ ବାପା ହେବାକୁ ଯାଉଛନ୍ତି ଶାହିଦ୍‌ । ୨୩ବର୍ଷୀୟ ମୀରା ଦ୍ୱିତୀୟ ଥର ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଛି । ଏହି ଖବର ପାଇବା ପରେ ଶାହିଦ୍‌ଙ୍କ ପ୍ରଶଂସକ ଖୁସି ହେବା ସହ ତା’ଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଜୁଲାଇ ୭, ୨୦୧୫ରେ ଶାହିଦ୍‌ ମୀରାଙ୍କୁ ବିବାହ କରିବା ପରେ ଅଗଷ୍ଟ ୨୬, ୨୦୧୬ରେ ମୀରା ପ୍ରଥମ ସନ୍ତାନ ମିଶାଙ୍କୁ ଜନ୍ମ ଦେଇଥିଲେ । ଏବେ ପୁଣି ଥରେ ମୀରା ଗର୍ଭବତୀ ଥିବା ଜଣା ପଡ଼ିଛି ।
ସୋସିଆଲ ମିଡ଼ିଆରେ ମୀରାଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଗର୍ଭବତୀ ଥିିବା ଜଣା ପଡ଼ୁଛନ୍ତି । ଏହି ଫଟୋ ଭାଇରାଲ ହେବା ପରେ ଗତ ବର୍ଷ ଏକ ସାକ୍ଷାତକାରରେ ମୀରା କହିଥିବା କଥା ସମସ୍ତେ ମନେ ପକାଇଛନ୍ତି । ଏକ ସୋ’ରେ ସାକ୍ଷାତକାର ଦେବା ଅବସରରେ ସେ ଖୁବ୍‌ ଶୀଘ୍ର ଦ୍ୱିତୀୟ ଥର ମା’ ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଦ୍ୱିତୀୟ ସନ୍ତାନ ପରେ ସେ ଅଭିନୟ ଜଗତରେ ନିଜ କ୍ୟାରିୟର କରିବେ ବୋଲି କହିବା ସହ ସମସ୍ତଙ୍କୁ ଖୁସି ଖବର ବହୁତ ଶୀଘ୍ର ମିଳିବ ବୋଲି କହିଥିଲେ ।

timesnownews.com

ଏବେ ସେହି କଥା ସତ ହୋଇଛି ବୋଲି ତା’ଙ୍କ ପ୍ରଶଂସକମାନେ କହିବା ଆରମ୍ଭ କରି ଦେଇଛନ୍ତି । ତେବେ ଏ କଥା କେତେ ଦୂର ସତ ତା’ହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହି ଖବର ପ୍ରସାର ପରେ ଶାହିଦ୍‌ ଏହା ଉପରେ କୌଣସି ମତ ରଖି ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.