ଘୁଞ୍ଚିଲା ସୋନମ ଓ ଆନନ୍ଦଙ୍କ ହନିମୁନ୍‌ ତାରିଖ, ବିବାହ ପରେ ସଙ୍ଗେ ସଙ୍ଗେ ହନିମୁନ୍‌ ଯିବେ ନାହିଁ ଏହି ନବବିବାହିତ ଯୋଡ଼ି

ମୁମ୍ବାଇ: ପାଖେଇ ଆସିଲାଣି ସୋନମ କପୁର ଓ ଆନନ୍ଦ ଆହୁଜାଙ୍କ ବିବାହ ତାରିଖ। ଇତିମଧ୍ୟରେ ଇଣ୍ଟର୍‌ନେଟ୍‌ରେ ସୋନମଙ୍କ ସଙ୍ଗିତ ରିହଲ୍‌ସିଅଲ୍‌ର ଭିଡିଓ ଭାଇରାଲ୍‌ ହେବା ପରେ ପ୍ରଶଂସକାମାନେ କିନ୍ତୁ ଅପେକ୍ଷା କରିଛନ୍ତି ମେ ୭ ଓ ୮ ତାରିଖକୁ। ୨ ଦିନ ଧରି ହେବାକୁ ଥିବା ଏହି ବିବାହ ଉତ୍ସବରେ ସୋନମ କ’ଣ ପିନ୍ଧୁଛନ୍ତି ତାହା ଦେଖିବା ବାକି ରହିଲା।

ନିକଟରେ ହସ୍ତଗତ ହୋଇଥିବା ଖବରରୁ ଜାଣିବାକୁ ମିଳିିଛି ଯେ ସୋନମ ଓ ଆନନ୍ଦ ତାଙ୍କର ହନିମୁନ୍‌ କାର୍ଯ୍ୟକ୍ରମର ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। କାହିଁକି ନା, ମେ ୧୪ ତାରିଖରେ ସୋନମ କ୍ୟାନିସ୍‌ ଇଣ୍ଟର୍‌ନାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ରେଡ କାର୍ପେଟ ଉପରେ ଚାଲିବାର ନଜର ଆସିବେ। ଏହା ପରେ ସୋନମ ତାଙ୍କର ଅପ୍‌କମିଂ ଚଳଚ୍ଚିତ୍ର ‘ଭିର୍‌ ଦି େଓ୍ଵଡିଂ’ର ପ୍ରମୋସନ କାର୍ଯ୍ୟରେ ବ୍ୟସ୍ତ ରହିବେ। ଏହାପରେ ସେ ‘ଏକ୍‌ ଲଡକି କୋ ଦେଖା ତ ଏସା ଲଗା’ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ରହିବେ। ଏହି ଚଳଚ୍ଚିତ୍ର ସୋନମ ପ୍ରଥମ ଥର ପାଇଁ ତାଙ୍କ ବାପା ଅନୀଲ କପୁରଙ୍କ ସହ ପରଦାରେ ନଜର ଆସୁଛନ୍ତି।

ସୋନମଙ୍କ କାର୍ଯ୍ୟ ବ୍ୟସ୍ତତା ହେତୁ ଆଗକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ଦମ୍ପତି ତାଙ୍କର ହନିମୁନ୍‌ ଯୋଜନା ନଭେମ୍ବରରୁ ଡିସେମ୍ବରକୁ ଆଡ଼କୁ ଘୁଞ୍ଚାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର