କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କୁ ପୁଣି ଏକାଠି ଆଣିବେ ସଲମାନ୍‌ ଖାନ୍‌ !

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମା ଏବଂ ତାଙ୍କ ପ୍ରତିଦ୍ୱନ୍ଦୀ ସୁନୀଲ ଗ୍ରୋଭରଙ୍କ ଭିତରେ ଥିବା ପୁରୁଣା ରାଗ ରୁଷାକୁ ଦୂର କରାଇ ଦୁହିଁଙ୍କୁ ପୁଣି ଏକାଠି କରିବାର ପ୍ରୟାସ ଜାରି ରଖିଛନ୍ତି ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌। ଏଭଳି ଚର୍ଚ୍ଚା ହେଉଛି ବଲିଉଡରେ।
ନିକଟରେ ସୁନୀଲ ଗ୍ରୋଭର୍‌ ନିଜର ନୂଆ ସୋ’ ‘କାନପୁରବାଲେ ଖୁରାନାଜ୍‌ ’ର ପ୍ରସାରଣ ଶେଷ ହୋଇଛିି। ‘କାନପୁରବାଲେ ଖୁରାନାଜ୍‌’ର ଗତ ଡିସେମ୍ବର ୧୫ ତାରିଖରେ ଷ୍ଟାରପ୍ଲସ ଚାନେଲ୍‌ରେ ପ୍ରସାରଣ ଆରମ୍ଭ ହୋଇଥିଲା। ‘କାନପୁରବାଲେ ଖୁରାନାଜ୍‌’ରେ ଅପାରଶକ୍ତି ଖୁରାନା,ଉପାସନା ସିଂହ ଓ ଅଲ୍ଲୀ ଅସଗର ପ୍ରମୁଖ କଳାକାରମାନେ ବି ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଅତୀତରେ କପିଲ ଶର୍ମାଙ୍କ ‘ଦ କପିଲ ଶର୍ମା’ ସୋ’ରେ ସୁନୀଲ ଡାକ୍ତର ଗୁଲାଟି ଚରିତ୍ରରେ ବେଶ୍‌ ମଜାଦାର ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ଏବେ ‘ଦ କପିଲ ଶର୍ମା’ ସୋ’ ସିଜିନ୍‌-୨’ର ପ୍ରସାରଣ ଚାଲିଛି। ଏହା ବେଶ୍‌ ଲୋକପ୍ରିୟ ହେଉଥିବା ବି ଜଣାଯାଇଛି। କପିଲ ଶର୍ମାଙ୍କର ଏହି ସୋ’ର ପ୍ରଯୋଜନା କରୁଛନ୍ତି ସଲମାନ୍‌ ଖାନ୍‌। ତେଣେ ସୁନୀଲ ଗ୍ରୋଭର୍‌ ସଲମାନ୍‌ ଖାନ୍‌ଙ୍କ ନୂଆ ସିନେମା ‘ଭାରତ’ର ସୁଟିଂ କରୁଛନ୍ତି । ଶୁଣିବାକୁ ମିଳୁଛି ଯେ ଏହି ସିନେମାର ସୁଟିଂ ବେଳେ ସୁନୀଲଙ୍କୁ ପୁଣି ଥରେ କପିଲ ଶର୍ମାଙ୍କ ସହ କାମ କରିବାକୁ ମନାଇଛନ୍ତି।

ସମ୍ବନ୍ଧିତ ଖବର