ମୁମ୍ବାଇ: ସଲମାନ୍ ଖାନ୍ ଓ କାଟ୍ରିନା କୈଫଙ୍କ ଅଭିନୀତ ଏକ ସଫଳ ଚଳଚ୍ଚିତ୍ର ହେଲା ‘ଟାଇଗର୍ ଜିନ୍ଦା ହେ’। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅଲ୍ଲୀ ଅବ୍ବାସ ଜାଫର୍। ଏହା ହେଉଛି ୨୦୧୨ରେ ମୁକ୍ତିଲାଭ କରିଥିବା ‘ଏକ ଥା ଟାଇଗର୍’ର ପରବର୍ତ୍ତୀ ସଂସ୍କରଣ।
ଏବେ ୨୦୧୭ରେ ମୁକ୍ତିଲାଭ କରିଥିବା ‘ଟାଇଗର୍ ଜିନ୍ଦା ହେ’ ପୁଣି ଚର୍ଚ୍ଚାରେ ରହିଛି। ଏଥର ସଲମାନ୍ ଓ କାଟ୍ରିନାଙ୍କ ଉପରେ ଦୃଶ୍ୟ ଗ୍ରହଣ କରାଯାଇଥିବା ଏକ ଗୀତକୁ ନେଇ ଏହି ଚର୍ଚ୍ଚା ହେଉଛି। ସେହି ଗୀତଟି ହେଲା -ସ୍ୱଗ୍ ସେ ସ୍ୱାଗତ…।
ସ୍ୱଗ୍ସେ ସ୍ୱାଗତ୍ …ଗୀତ ଏବେ ୟୁ ଟିଉବ୍ରେ ଏକ ନମ୍ବର ଗୀତର ମାନ୍ୟତା ଲାଭ କରିଛି। ଏହି ଗୀତର ଭିଡିଓକୁ ୪୨୮,୧୧୮,୬୦୬ ଭ୍ୟୁ ମିଳିଛି।
ଅପରପକ୍ଷରେ ପୂର୍ବରୁ ଏହି ସ୍ଥାନରେ ଥିଲା ରଣବୀର ସିଂହ ଓ ବାଣୀ କପୁରଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ବେଫିକ୍ରେ’ର ଗୀତ ‘ନଶେସି ଚଢ୍ ଗୟି…’। ଏହାକୁ ୪୨୪,୧୧୭,୮୧୭ ଭ୍ୟୁ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଅର୍ଥାତ୍ ଦୀର୍ଘ ଦିନ ଧରି ୟୁଟ୍ୟୁବ୍ରେ ସର୍ବାଧିକ ଦେଖାଯାଉଥିବା ଗୀତ ତାଲିକାର ଶୀର୍ଷରେ ଥିବା ନଶେ ସି ଚଢ୍ ଗୟି…ଗୀତକୁ ଟପି ଯାଇଛି ସ୍ୱଗ୍ସେ ସ୍ୱାଗତ୍ …ଗୀତ।
ଏହା ସଲମାନ ଓ କାଟ୍ରିନାଙ୍କ ଫ୍ୟାନ୍ମାନଙ୍କ ପାଇଁ ନିଶ୍ଚିତ ରୂପେ ଏକ ସୁଖଦ ଖବର। ଏବେ ଦେଖିବା କଥା ସ୍ୱଗ୍ ସେ ସ୍ୱାଗତ୍ ଗୀତକୁ କିଏ ଟପି ପାରୁଛି!