ସୁପରଷ୍ଟାର୍‌ ଅଜୟ ଦେବଗନଙ୍କ ଏହି ତିନି ନାୟିକା ସାଉଥ୍‌ ସିନେମାରେ ସକ୍ରିୟ , ହେଲେ ଦକ୍ଷିଣ ଭାରତୀୟ ନୁହଁନ୍ତି !

ମୁମ୍ବାଇ: ସୁପରଷ୍ଟାର୍‌ ଅଜୟ ଦେବଗନଙ୍କ କେଉଁ ତିନି ନାୟିକା ବଲିଉଡ ନାୟିକାଭାବେ ଖୁବ୍‌ ଚର୍ଚ୍ଚାରେ , ଯେଉଁମାନେ ସାଉଥ୍‌ରେ ବି ବେଶ୍‌ ଲୋକପ୍ରିୟ । କିନ୍ତୁ ଏମାନେ ଦକ୍ଷିଣ ଭାରତୀୟ ନୁହନ୍ତି। ଆସନ୍ତୁ ଜାଣିବା ସେହି ନାୟିକାଙ୍କ କଥା …


ତମନ୍ନା ଭାଟିଆ:-ବଲିଉଡର ଜଣେ ଲୋକପ୍ରିୟ ନାୟିକା ହେଲେ ତମନ୍ନା ଭାଟିଆ। ସେ ସୁପରଷ୍ଟାର୍‌ ଅଜୟ ଦେବଗନଙ୍କ ବିପକ୍ଷରେ ହିମ୍ମତ୍‌ଓ୍ଵାଲା ଓ ଅକ୍ଷୟ କୁମାରଙ୍କ ସହିତ ‘ଏଣ୍ଟରଟେନ୍‌ମେଣ୍ଟ୍‌’ଭଳି ସିନେମାରେ ହିରୋଇନ୍‌ ବନିଥିଲେ । ସେ ଆଜି ବି ବଲିଉଡ୍‌ ଅପେକ୍ଷା ସାଉଥ୍‌ରେ ଅଧିକ ସକ୍ରିୟ।
ସାଉଥ୍‌ର ଜଣେ ଫିମେଲ୍‌ ଷ୍ଟାର୍‌ ହେଲେ ତମନ୍ନା ଭାଟିଆ। ତାଙ୍କୁ ଦର୍ଶକ ବାହୁବଲୀ ସମେତ ବହୁ ସାଉଥ୍‌ ସିନେମାରେ ଦେଖିବାକୁ ପାଇଛନ୍ତି। କିନ୍ତୁ ତମନ୍ନା ମୂଳତଃ ପଞ୍ଜାବୀ ଓ ମୁମ୍ବାଇରେ ରହନ୍ତି। ସୁଟିଂ ଥିଲେ ସେଠାକୁ ଯାଆନ୍ତି।

ଇଲିଆନା ଡିକ୍ରୁଜ୍‌:- ବଲିଉଡରେ ଜଣେ ନାୟିକାଙ୍କର ସୁପରଷ୍ଟାର୍‌ ଅଜୟ ଦେବଗନଙ୍କ ସହ ଭଲ କେମେଷ୍ଟ୍ରି ବୋଲି କୁହାଯାଏ। ସୁପରହିଟ୍‌ ଫିଲ୍ମ‘ବାର୍ଫି’ରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଏହି ନାୟିକାଜଣକ ହେଲେ ଇଲିଆନା ଡିକ୍ରୁଜ୍‌। ତା’ପରେ ସେ ‘ମେଁ ତେରା ହିରୋ’,‘ବାଦ୍‌ଶାହା’ ଓ ‘ରେଡ଼’ ଆଦି ସୁପରହିଟ୍‌ ଫିଲ୍ମରେ ନାୟିକା ଭାବେ ନଜର ଆସିଛନ୍ତି। ହେଲେ ଆପଣ କ’ଣ ଜାଣନ୍ତି କି ଇଲିଆନା ଡିକ୍ରୁଜ୍‌ ବଲିଉଡରେ ଯେତିକି ସିନେମାରେ ଅଭିନୟ କରୁିଛନ୍ତି,ତା’ଠାରୁ ଅଧିକ ସଂଖ୍ୟକ ତେଲୁଗୁ ଓ ତାମିଲ ଫିଲ୍ମେରେ ନାୟିକା ବନିଛନ୍ତି।


ଇଲିଆନା ସାଉଥ୍‌ର ଜଣେ ଫିମେଲ୍‌ ସୁପରଷ୍ଟାର୍‌। ତେବେ ତାଙ୍କ ଘର ଦକ୍ଷିଣ ଭାରତରେ ନୁହେଁ। ସେ ଗୋଆର ଅଧିବାସୀ।
କାଜଲ ଅଗ୍ରଓ୍ଵାଲ୍‌:- ବଲିଉଡରେ ସୁପରଷ୍ଟାର୍‌ ଅଜୟ ଦେବଗନଙ୍କ ସହ‘ସିଂଘମ୍‌’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ କାଜଲ୍‌ ଅଗ୍ରଓ୍ଵାଲ୍‌,ପରେ ‘ସ୍ପେଶାଲ୍‌ ଚବିଶ୍‌’ଭଳି ସିନେମାରେ ନାୟିକା ଭୂମିକା ନିଭାଇଛନ୍ତି । ସେ କିନ୍ତୁ ବହୁ ବ୍ଲକ୍‌ବଷ୍ଟର ତେଲୁୁଗୁ ସିନେମାରେ ହିରୋଇନ୍‌ ବନି ସାଉଥ୍‌ ସୁପରଷ୍ଟାର୍‌ ହୋଇଛନ୍ତି। ଯଦି ଆପଣ ଭାବୁଥିବେ ଯେ କାଜଲ ଦକ୍ଷିଣ ଭାରତର ବାସିନ୍ଦା,ତେବେ ତାହା ଠିକ୍‌ ନୁହେଁ। ପ୍ରକୃତରେ କାଜଲ୍‌ ଅଗ୍ରଓ୍ଵାଲ୍‌ ମୁମ୍ବାଇରେ ରହନ୍ତି।

ସମ୍ବନ୍ଧିତ ଖବର