‘ସୋନମ ମୋ ଝିଅ, ତା ବିବାହକୁ ନେଇ ମୋର ଉତ୍ସୁକତା ରହିଛି’: ଏମିତି ମାଆଙ୍କୁ ସୋନମଙ୍କ ଅସମ୍ମାନ! ଟୁଇଟର୍ରେ କମ୍ପିଲେ ଶ୍ରୀଦେବୀଙ୍କ ଫ୍ୟାନ୍
ମୁମ୍ବାଇ: ମଙ୍ଗଳବାର ମୁମ୍ବାଇଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସୋନମ କପୁର୍। ସୋନମ ତାଙ୍କର ଦୀର୍ଘ ଦିନର ପ୍ରେମିକ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି। ଜୁହୁଠାରେ ଥିବା ନିଜ ମାଉସୀଙ୍କ ବାସଭବନରେ ବଡ଼ ଧୁମ୍ଧାମରେ ପାଳନ ହୋଇଯାଇଛି ସୋନମଙ୍କ ବିବାହ ଉତ୍ସବ। ଏହି ଉତ୍ସବରେ ବହୁ ନାମୀଦାମୀ ବଲିଉଡ୍ କଳାକାର ସାମିଲ୍ ହୋଇଛନ୍ତି। ସୋନମଙ୍କ ବିବାହ ପାଇଁ ସ୍ୱତନ୍ତ୍ର ବେଶରେ ନଜର ଆସିଥିଲେ ପିତା ଅନୀଲ କପୁର୍।
Sambad is now on WhatsApp
Join and get latest news updates delivered to you via WhatsApp
Happy for #SonamKiShaadi but as a big fan of our ICON #Sridevi it’s sad that just after 10 weeks of her demise, The Kapoor family are ready to celebrate a marriage! You need so much time to overcome a death but where are the EMOTIONS in todays “modern” times??? DISRESPECTFULL… pic.twitter.com/tL2D4t6MVV
— Dilip Kumar Fan Club (@Amirmurt) May 7, 2018
Is Sonam Kapoor pregnant??
Then what led her to rush into marriage. She couldn’t wait for few months. That woman was a part of your family, damn it!!!
We fans are mourning Sridevi’s death than her own family members.#Sridevi#SrideviLivesForever?#SonamKiShaadi ?— Leslie Pinto (@LesliePintoo) May 7, 2018
ମାତ୍ର ଦୁଃଖର କଥା ହେଉଛି ସୋନମଙ୍କ ବିବାହ ଉତ୍ସବବୁ ନେଇ ଖୁସି ନାହାନ୍ତି ପ୍ରଶଂସକ। କେତେକ ପ୍ରଶଂସକ ତାଙ୍କୁ ନିନ୍ଦା ମଧ୍ୟ କରିଛନ୍ତି। କିଛି ଦିନ ତଳେ ବିଖ୍ୟାତ ଅଭିନେତ୍ରୀ ତଥା ସୋନମଙ୍କ ନିଜ ବଡ଼ମାଆ ଶ୍ରୀଦେବୀଙ୍କ ଦେହାନ୍ତ କଥା ଲୋକେ ଭୁଲିପାରିନାହାନ୍ତି। ନିଜ ବଡ଼ବାପାଙ୍କ ପତ୍ନୀ ତଥା ଘରର ବଡ଼ ବୋହୂ ଶ୍ରୀଦେବୀଙ୍କ ମୃତ୍ୟୁକୁ ମାତ୍ର ୧୦ ସପ୍ତାହଟେ ନ ବିତିଥିଲେ ବି ସୋନମ ଏଭଳି ଧୁମ୍ଧାମ୍ରେ ବିବାହ କରି ନିନ୍ଦାର ପାତ୍ରୀ ପାଲଟିଛନ୍ତି।
????? https://t.co/1KoEky4IdL
— Sonam Kapoor (@sonamakapoor) April 30, 2018
Sonam kapoor is gold digger
An and Ahuja is very Rich !!— Suvarna Sharma (@SuvarnaSharma4) May 7, 2018
ଏହାକୁ ନେଇ ଟୁଇଟର୍ରେ ଦେଖିବାକୁ ମିଳିଛି ଝଡ଼। ସୋନମଙ୍କୁ ତାତ୍ସଲ୍ୟକରି ଟୁଇଟ୍ କରିଛନ୍ତି ଶ୍ରୀଦେବୀଙ୍କ ପ୍ରଶଂସକ। ନିଜ ପରିବାର କାହାରି ମୃତ୍ୟୁ ଘଟିଲେ ଅନ୍ତତଃ ବର୍ଷେ ପର୍ଯ୍ୟନ୍ତ କୌଣସି ଶୁଭକାର୍ଯ୍ୟ ହୁଏ ନାହିଁ ବୋଲି କ’ଣ ସୋନମଙ୍କୁ ଜଣାନାହିଁ କହି ପ୍ରଶ୍ନ ଉଠାଇଛନ୍ତି ପ୍ରଶଂସକ। ବଞ୍ଚିଥିବା ବେଳେ ଶ୍ରୀଦେବୀ ସୋନମଙ୍କୁ ନେଇ ସକାରାତ୍ମକ କଥା କହୁଥିଲେ। ସୋନମ ମୋ ଝିଅ। ତା’ ବାହାଘର ନେଇ ମୋର ଉତ୍ସୁକତା ରହିଛି ବୋଲି ଶ୍ରୀଦେବୀଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା। ମାତ୍ର ଏତେ ସବୁ ପରେ ବି ସାମାନ୍ୟତମ ସମ୍ମାନ ଜଣାଇ ସୋନମ ନିଜ ବିବାହ ତାରିଖକୁ ଘଞ୍ଚାଇ ଦେବାରି ହିଁ ଭଦ୍ରାମୀ ଥାଆନ୍ତା ବୋଲି ଲୋକେ ଟୁଇଟ୍ କରିଛନ୍ତି।
@sonamakapoor today you are standing in the line of Anti-Nationals. Not sure what you achieved by shaming “Hindustan”. I curse you from bottom of my heart and wish your daughter same spotlight you gave to Kathu girl. #ShameOnSonamKapoor @mrsfunnybones @AnupamPKher Bycot marriage.
— Nadar Yusuf (@PravasiBhart) May 7, 2018
Here’s some pics of Arjun Kapoor , Rhea Kapoor , Shanaya Kapoor , Khushi Kapoor , Karan Johar , Anil Kapoor and Rani Mukherji from #Sonamkimehendi pic.twitter.com/y2ymkklKpZ
— Sonam Kapoor Cafe (@SonamKapoorCafe) May 6, 2018
ଏହାକୁ ନେଇ ବହୁ ବିବାଦୀୟ ମନ୍ତବ୍ୟ ଦେଖିବାକୁ ମିଳିଛି। ସୋନମ ଏତେ ତରତରରେ କାହିଁକି ବିବାହ କରିଛନ୍ତି ବୋଲି କେହି କେହି ସୋନମଙ୍କୁ ସନ୍ଦେହ କରୁଥିବା ବେଳେ ଧନୀ ଘର ପୁଅକୁ ନହରାଇବାକୁ ଯାଇ ସୋନମ ଏପରି କରିଛନ୍ତି ବୋଲି କେହି କେହି ନିନ୍ଦା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ କିଛି ମସେ ତଳେ ଦୁବାଇରେ ଜଣେ ସଂପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। ବାଥ୍ ଟବ୍ରେ ପଡ଼ିଯିବା ପରେ ପାଣିରେ ଅଣନିଶ୍ୱାସୀ ହୋଇ ଶ୍ରୀଦେବୀ ମୃତ୍ୟୁବରଣ କରିଥିଲେ ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା।