ସୁଟିଂ ସମୟରେ ଏହା କହି ଫିଲ୍ମର ସୁପରହିଟ୍‌ ଡାଏଲଗ୍‌ ‘ହାଓ ଇଜ୍‌ ଦ ଜୋଶ୍‌’କୁ ବଦଳାଇବାକୁ ଚାହୁଁଥିଲେ ବିକି କୌଶଲ

ମୁମ୍ବାଇ : ଫିଲ୍ମ ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌ ରିଲିଜ୍‌ ହେବା ପରେ ପରେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହା ଏକ ସ୍ୱତନ୍ତ୍ର ଛାପ ଛାଡ଼ି ସାରିଛି । ଫିଲ୍ମର କାହାଣୀ, କଳାକାର ଏବଂ ଡାଏଲଗ୍‌ ସବୁ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ମୁଖ୍ୟ କଳାକାର ବିକି କୌଶଲ ଫିଲ୍ମର ସୁପରହିଟ୍‌ ଡାଏଲଗ୍‌କୁ ବଦଳାଇବାକୁ ଚାହୁଁଥିଲେ ବୋଲି ଜଣା ପଡ଼ିଛି । ଫିଲ୍ମ ସହ ଫିଲ୍ମର ଡାଏଲଗ୍‌ ‘ହାଓ ଇଜ୍‌ ଦ ଜୋଶ୍‌’ ଏବେ ଚର୍ଚ୍ଚାରେ ରହିଥିବା ବେଳେ ସୁଟିଂ ଆରମ୍ଭ ହେବାର ଦୁଇ ମିନିଟ୍‌ ପୂର୍ବରୁ ବିକି ଏହାକୁ ବଦଳାଇବାକୁ ଚାହୁଁଥିଲେ ବୋଲି କହିଛନ୍ତି ନିର୍ଦ୍ଦେଶକ ଆଦିତ୍ୟ ଧର୍‌ ।

Hindustan Times

ତାଙ୍କ କହିବା ଅନୁଯାୟୀ, “ମିଆଁମାର୍‌ ସିକ୍ୟୁଏନ୍ସରେ ଆମେ ପ୍ରଥମେ ହାଓ ଇଜ୍‌ ଦ ଜୋଶ୍‌ ଲାଇନ୍‌ କହୁଥିବାର ଦୃଶ୍ୟ ସୁଟ୍‌ କରିଥିଲୁ । କିନ୍ତୁ ସୁଟିଂ ଆରମ୍ଭ ହେବାର ଦୁଇ ମିନିଟ୍‌ ପୂର୍ବରୁ ବିକି ମୋ ପାଖକୁ ଆସି ମୋତେ ଫିଲ୍‌ ହେଉ ନଥିବା କହି ‘ହାଓ ଇଜ୍‌ ଦ ଜୋଶ୍‌’ ଡାଏଲଗ୍‌ ବଦଳାଇବାକୁ କହିଥିଲେ । ଆର୍ମି କମାଣ୍ଡୋ ନିଜ ଟିମ୍‌କୁ ଅନୁପପ୍ରାଣିତ କରିବା ପାଇଁ ଏହି ଲାଇନ୍‌ କୁହନ୍ତି ବୋଲି କହି ମୁଁ ବିକିଙ୍କୁ ବୁଝାଇଥିଲି । ଯାହା ପରେ ସୁଟ୍‌ ଆରମ୍ଭ ହୋଇଥିଲା । ବିକି ‘ହାଓ ଇଜ୍‌ ଦ ଜୋଶ୍‌’ କହିବା ପରେ ସେଠାରେ ଉପସ୍ଥିତ ଥିବା ସବୁ ଲୋକଙ୍କର ଲୋମ ଟାଙ୍କୁରୀ ଉଠିଥିଲା” ବୋଲି କହିଛନ୍ତି ଆଦିତ୍ୟ ।

ସମ୍ବନ୍ଧିତ ଖବର