‘ଡିୟର କମ୍ରେଡ’ର ହିନ୍ଦୀ ରିମେକ୍‌ରେ ବିଜୟଙ୍କୁ ନେବା ପାଇଁ ୪୦କୋଟି ଟଙ୍କା ଅଫର କରିଥିଲେ କରଣ! କିନ୍ତୁ……

ମୁମ୍ବାଇ : ସାଉଥ୍‌ ଷ୍ଟାର୍‌ ବିଜୟ ଦେବରକୋଣ୍ଡା କୌଣସି ବଲିଉଡ୍‌ ଫିଲ୍ମ ନ କରି ମଧ୍ୟ ଏବେ ବଲିଉଡ୍‌ର ସୁପରଷ୍ଟାରଙ୍କ ସୂଚୀରେ ସାମିଲ ହୋଇ ଯାଇଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’କୁ ଯେତିକି ସଫଳତା ମିଳିଥିଲା ଫିଲ୍ମର ହିନ୍ଦୀ ରିମେକଙ୍କୁ ମଧ୍ୟ ସେତିକି ସଫଳତା ମିଳିଛି । ତେବେ କିଛି ଦିନ ତଳେ ରିଲିଜ୍‌ ହୋଇଥିବା ବିଜୟଙ୍କ ଆଉ ଏକ ଫିଲ୍ମ ‘ଡିୟର କମ୍ରେଡ୍‌’ ଚର୍ଚ୍ଚାରେ ରହିଛି । ଯାହାର ହିନ୍ଦୀ ରିମେକ୍‌ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ।

aajtak.intoday.in

ପୂର୍ବରୁ ଏ ନେଇ ଖବର ଆସି ସାରିଥିବା ବେଳେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । କରଣ ‘ଡିୟର କମ୍ରେଡ୍‌’ର ହିନ୍ଦୀ ରିମେକ୍‌ ପାଇଁ କୌଣସି ବଲିଉଡ୍‌ କଳାକାରଙ୍କୁ ନେବା ପରିବର୍ତ୍ତେ ପ୍ରଥମେ ବିଜୟଙ୍କୁ ନେବା ପାଇଁ ଚାହିଁଥିଲେ । ଏଥିପାଇଁ ସେ ତାଙ୍କୁ ୪୦କୋଟି ଟଙ୍କା ମଧ୍ୟ ଅଫର କରିଥିଲେ । କିନ୍ତୁ ବିଜୟ ଏହି ଅଫରକୁ ଗ୍ରହଣ କରି ନଥିଲେ । ଏବେ ଫିଲ୍ମର ମୁଖ୍ୟ ଚରିତ୍ର ପାଇଁ କରଣ ମୁଖ୍ୟ ଅଭିନେତା ଖୋଜିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର