ପିଲାଦିନେ ନିଜ ସହ ଘଟିଥିବା ଲଜ୍ଜାଜନକ ଘଟଣାର ଖୁଲାସା କଲେ କଙ୍ଗନା

ମୁମ୍ବାଇ: ନାରୀବାଦ ଏବଂ ମହିଳା ସଶକ୍ତିକରଣ  ସମର୍ଥନରେ ସଦା ଛିଡ଼ା ହୋଇଥିବା ଅଭିନେତ୍ରୀ ତଥା ମଡେଲ୍‌ କଙ୍ଗନା ରାଣାଓ୍ଵତ ନିକଟରେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛନ୍ତି। କସ୍ମୋପଲିଟାନ୍‌ ପତ୍ରିକାକୁ ଏକ ସାକ୍ଷାତ୍‌କାରରେ କଙ୍ଗନା ନିଜ ସଂପର୍କରେ ବଡ଼ ଖୁଲାସା କରିଛନ୍ତି। ସେ ବତାଇଛନ୍ତି କି କିପରି ସେ ଖୁବ୍‌ ସାନ ଥିବା ବେଳକୁ ହିଁ ଯୌନ ଶୋଷଣର ଶିକାର ହୋଇଥିଲେ। ନିଜର ଶକ୍ତି ଓ ସାହସ ପାଇଁ ସେ ଆଜି ଏବେ ଆଗକୁ ଯାଇପାରିଛନ୍ତି ଓ ସଫଳତାକୁ ସାଉଁଟି ପାରିଛନ୍ତି ବୋଲି ମତ ରଖିଛନ୍ତି।

କଙ୍ଗନା କହିଛନ୍ତି ଯେ ‘ମୁଁ ଗତି କରିଥିବା ସମସ୍ତ ପର୍ଯ୍ୟାୟ ମୋତେ ଆଜିର ମଣିଷ କରି ଗଢ଼ି ତୋଳିବାରେ ସାହାଯ୍ୟ କରିଛନ୍ତି। କିନ୍ତୁ ମୁଁ ଯେତେବେଳେ ଖୁବ୍‌ ସାନ ଥିଲି, ମାନେ ନାବାଳିକା ସମୟରୁ ହିଁ ମୁଁ ଯୌନ ଶୋଷଣର ଶିକାର ହୋଇଥିଲି। ମୋ ସହ ସେପରି ଆଦୌ ଘଟିବାର ନଥିଲା। ମାତ୍ର ମୁଁ ପଛକୁ ଫେରି ଦେଖିଲେ ଅନୁଭବ କରେ ଯେ ମୁଁ କେବଳ ନିଜ ଶକ୍ତି ଓ ସାହସ ବଳରେ ଆଜି ଏ ସ୍ଥାନରେ ପହଞ୍ଚି ପାରିଛି।

ଉଲ୍ଲେଖଯୋଗ୍ୟ, କଙ୍ଗନା ବର୍ତ୍ତମାନ ଲଣ୍ଡନରେ ‘ମେଣ୍ଟାଲ୍‌ ହୈ କ୍ୟାୟା’ ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏଥିରେ କଙ୍ଗନାଙ୍କ ସହ ନଜର ଅାସିବେ ଅଭିନେତା ରାଜକୁମାର ରାଓ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରକାଶ କୋଭେଲାମୁଣ୍ଡି।

ସମ୍ବନ୍ଧିତ ଖବର