ଏବିପି ନ୍ୟୁଜ୍‌-ସି ଭୋଟର ସର୍ଭେ

ଏବେ ନିର୍ବାଚନ ହେଲେ ମୋଦୀ ପ୍ରଧାନମନ୍ତ୍ରୀ, ଏନଡିଏକୁ ୩୦୦, ୟୁପିଏକୁ ୧୧୬ ଆସନ

ନୂଆଦିଲ୍ଲୀ: ଦେଶରେ ‌ଏବେ ସାଧାରଣ ନିର୍ବାଚନ ହେଲେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ପୁଣି କ୍ଷମତା ଦଖଲ କରିବେ। ଏବିପି ନ୍ୟୁଜ୍-ସି ଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ ଏହା କୁହାଯାଇଛି। ଏନଡିଏକୁ ୩୦୦, ୟୁପିଏକୁ ୧୧୬ ଏବଂ ଅନ୍ୟ ଦଳଗୁଡ଼ିକୁ ୧୨୭ଟି ଆସନ ମିଳିପାରେ। ତବେ ୫୬ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କୁୂ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ଚାହୁଥିବା ବେଳେ ୩୬ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଚାହୁଛନ୍ତି ‌େବାଲି ସର୍ଭେରେ କୁହାଯାଇଛି। ଦେଶରେ ସବୁଠାରୁ ଅଧିକ ଆସନ ଥିବା ରାଜ୍ୟ ଉତ୍ତର ପ୍ରଦେଶରେ ୟୁପିଏକୁ ୫ଟି ଆସନ ମିଳିପାରେ। ତେବେ ବିଜେପି ନେତୃତ୍ବରେ ଏନଡିଏକୁ ୩୧ ଆସନ ମିଳିବା ସମ୍ଭାବନା ରହିଛି। ଉତ୍ତର ପ୍ରଦେଶରେ ମହାଗଠବନ୍ଧନ ସମ୍ଭବ ହେଲେ ଏହାର ଝୁଲାରେ ୪୪ଟି ଆସନ ପଡ଼ିବ। ମହାଗଠବନ୍ଧନ ବିଫଳ ହେଲେ ବିଏସପି ଓ ଏସପିକୁ ୪ଟି ଲେଖାଏଁ ଆସନ ମିଳିବ। ତେବେ ଏନଡିଏ ଖାତାକୁ ୭୦ଟି ଆସନ ଚାଲିଯିବ ବୋଲି କୁହାଯାଇଛି। ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ବରେ ୟୁପିଏକୁ ୭ଟି ଏବଂ ବିଜେପି ନେତୃତ୍ବରେ ଏନଡିଏକୁ ୨୨ଟି ଆସନ ମିଳିବା ସମ୍ଭାବନା ରହିଥିବା କୁହାଯାଇଛି।

ଅନ୍ୟପକ୍ଷରେ ବିହାରରେ ଲାଲୁଙ୍କ ‌େନତୃତ୍ବରେ ମେଣ୍ଟ ହେଲେ ମହାମେଣ୍ଟକୁ ୬ଟି, ଏନଡିଏକୁ ୩୪ଟି ଆସନ ମିଳିବ। ପଶ୍ଚିମବଙ୍ଗରେ ଏବେ ନିର୍ବାଚନ ହେଲେ ୟୁପିଏକୁ ଗୋଟିଏ, ଏନଡିଏକୁ ୯ଟି ଏବଂ ତୃଣମୂଳ କଂଗ୍ରେସ (ଟିଏମସି)କୁ ୩୨ଟି ଆସନ ମିଳିବ। ମହାରାଷ୍ଟ୍ରରେ ୟୁପିଏକୁ ୧୪ଟି, ଏନଡିଏକୁ ୨୩ଟି, ଏନସିପିକୁ ୬ଟି ଏବଂ ଶିବସେନାକୁ ୫ଟି ଆସନ ମିଳିବ। ତାମିଲନାଡ଼ୁରେ ଆଞ୍ଚଳିକ ଦଳ କ୍ଷମତା ବଜାୟ ରଖିବେ। ଏଠାରେ ୟୁପିଏକୁ ଆଦୌ ଆସନ ମିଳିବ ନାହିଁ ଓ ଏନଡିଏକୁ ଗୋଟିଏ ଆସନ ମିଳିବ। ତେବେ ଡିଏମକେକୁ ୨୯ଟି ଓ ଏଆଇଡିଏମକେକୁ ୯ଟି ଆସନ ମିଳିବ ବୋଲି ଏବିପି ନ୍ୟୁଜ-ସି ଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି।

ସମ୍ବନ୍ଧିତ ଖବର