ଶାକାହାରୀ ଯାତ୍ରୀକୁ ଆମିଷ ଖାଦ୍ୟ ଦେବାରୁ ସହକର୍ମୀଙ୍କୁ ଚାପୁଡ଼ା ମାରିଲେ ଏୟାର ଇଣ୍ଡିଆ କର୍ମଚାରୀ

ନୂଆଦିଲ୍ଲୀ : ପୂର୍ବରୁ ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କୁ ଅସଦାଚରଣ କରିବାର ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଅଦାଲତ ପର୍ଯ୍ୟନ୍ତ କଥା ଯାଇଥଲା । ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଏୟାର ଇଣ୍ଡିଆ ବିମାନରେ । କିନ୍ତୁ ଏଥର କୌଣସି ଯାତ୍ରୀଙ୍କ ସହ ନୁହେଁ ବରଂ ଜଣେ ବିମାନ କର୍ମଚାରୀଙ୍କୁ ଅସଦାଚରଣ କରାଯାଇଛି । ବିମାନ ମଧ୍ୟରେ ଜଣେ ଶାକାହାରୀ ଯାତ୍ରୀଙ୍କୁ ଭୁଲବଶତଃ ଆମିଷ ଖାଦ୍ୟ ଦେବାରୁ ବିମାନର କେବିନ୍‌ କ୍ରିୟୁ ମେମ୍ବର ଉକ୍ତ ଏୟାର ହୋଷ୍ଟେସଙ୍କୁ ଚାପୁଡ଼ା ମାରିଥିବା ଜଣା ପଡ଼ିଛି । ଏ ନେଇ ଏୟାର ହୋଷ୍ଟେସ ଜଣକ ପ୍ରଥମେ କିଛି କହି ନ ଥିବା ବେଳେ ପରେ ଏୟାର ଇଣ୍ଡିଆର ବିମାନ ସେବା ବିଭାଗରେ ଅଭିଯୋଗ କରିଥିବା ଜଣା ପଡ଼ିଛି । ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା ନୂଆଦିଲ୍ଲୀରୁ ଫ୍ରାଙ୍କଫର୍ଟ ଯାଉଥିବା ବିମାନ ନମ୍ବର ଏ ଆଇ ୧୨୧ରେ । ନିରାମିଷ ଖାଦ୍ୟ ମଗାଇଥିବା ଯାତ୍ରୀଙ୍କୁ ଭୁଲବଶତଃ ଏୟାର ହୋଷ୍ଟେସ ଜଣଙ୍କ ଆମିଷ ଖାଦ୍ୟର ପ୍ୟାକେଟ୍‌ ଦେଇ ଦେଇଥିଲେ । ଯାତ୍ରୀ ଜଣଙ୍କ ଏହି ବିଷୟରେ ଜାଣିବା ପରେ ଅଭିଯୋଗ ନ କରି କ୍ୟାବିନ୍‌ ସୁପରଭାଇଜରଙ୍କୁ ଜଣାଇଥିଲେ ।

Oneindia Hindi

ଏହା ଜାଣିବା ପରେ କ୍ୟାବିନ୍‌ ସୁପରଭାଇଜର ଏୟାର ହୋଷ୍ଟେସଙ୍କୁ ଯାତ୍ରୀଙ୍କୁ କ୍ଷମା ମାଗିବାକୁ କହିଥିଲେ । କ୍ୟାବିନ୍‌ ସୁପରଭାଇଜରଙ୍କ କଥା ମାନି ଏୟାର ହୋଷ୍ଟେସ ଜଣଙ୍କ କ୍ଷମା ମାଗିବା ସହ ଖାଦ୍ୟ ବଦଳାଇଥିଲେ । ସବୁ ସରିଥିବା ବେଳେ କେବିନ୍‌ ସୁପରଭାଇଜର ଏ କଥା ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କୁ ଜଣାଇବା ସହ ଏୟାର ହୋଷ୍ଟେସଙ୍କୁ ଚାପୁଡ଼ା ମାରିଥିଲେ । ସେ ସମୟରେ ଏୟାର ହୋଷ୍ଟେସ ଜଣଙ୍କ କିଛି କହି ନଥିବା ବେଳେ ପରେ ଏୟାର ଇଣ୍ଡିଆର ବିମାନ ସେବା ବିଭାଗରେ ଅଭିଯୋଗ କରିଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ “ଆମେମାନେ ଅଭିଯୋଗ ସ୍ୱୀକାର କରିବା ସହ ଏ ନେଇ ତଦନ୍ତ ଆରମ୍ଭ କରିଛୁ” ବୋଲି ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି ।

ସମ୍ବନ୍ଧିତ ଖବର