‘ହାଓଡି ମୋଦୀ’କୁ ନେଇ ଟ୍ରମ୍ପ୍‌ ଉତ୍ସାହିତ, ଭାରତ ପାଇଁ ବଡ଼ ଘୋଷଣା କରିବେ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ରବିବାର ହୁଷ୍ଟନରେ ହେବାକୁ ଥିବା ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ପାଇଁ ବେଶ୍‌ ଉତ୍ସାହ ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୫୦ ହଜାରରୁ ଅଧିକ ଭାରତୀୟ ଆମେରିକୀୟ ଯୋଗଦେବେ। ଆଜି ଟ୍ରମ୍ପ୍‌ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ମୋର ସଂପର୍କ ବହୁତ ଭଲ। ହାଓଡି ମୋଦୀ କାର୍ଯ୍ୟକ୍ରମରେ ଭାରତକୁ ନେଇ କିଛି ବଡ଼ ଘୋଷଣା କରିବାକୁ ଯୋଜନା ହେଉଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ପ୍ରଥମ ଥର ପାଇଁ ଟ୍ରମ୍ପ୍‌ ଏବଂ ମୋଦୀ ସାର୍ବଜନୀନ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଥିବାରୁ ଏହା ଉପରେ ସମଗ୍ର ବିଶ୍ବର ନଜର ରହିଛି।

ସମ୍ବନ୍ଧିତ ଖବର